ETV Bharat / state

ବାଲିଗଦାରୁ ମୃତଦେହ ମିଳିବା ଘଟଣାରେ ଦୁଇ ଗିରଫ

ଦାମୁଡିଗୋଡା ଗ୍ରାମର ମନସୁଖ ମହାନ୍ତଙ୍କ ହତ୍ୟା ଘଟଣାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ 2ଜଣଙ୍କୁ ଗିରଫ କରିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 4, 2019, 6:56 PM IST

ରାଇରଙ୍ଗପୁର: ଦାମୁଡିଗୋଡା ଗ୍ରାମର ମନସୁଖ ମହାନ୍ତଙ୍କ ହତ୍ୟା ଘଟଣାରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ 2ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଲୁହା ରଡ ଓ ରକ୍ତ ଲଗା ପଥରକୁ ପୋଲିସ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ତିରିଂ ଥାନା ଅଧିନସ୍ଥ ଡକଡିହି ଗ୍ରାମର ସାମୁ ମୁର୍ମୁ ଓ ଅନ୍ୟ ଜଣେ ଦାମୁଡିଗୋଡା ଗ୍ରାମର ସୁଶାନ୍ତ ପାତ୍ର ବୋଲି ଜଣାପଡିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟଜଣେ ଅଭିଯୁକ୍ତ ଜୟଚନ୍ଦ୍ର ପାତ୍ରକୁ ପୋଲିସ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନାନୁସାରେ, ଦାମୁଡିଗୋଡା ଗ୍ରାମର ମନସୁଖ ମହାନ୍ତ ଓ ଜୟଚନ୍ଦ୍ର ପାତ୍ର ଦୁହେଁ ପଡୋଶୀ । ବାଡିରେ ଥିବା ଗମ୍ଭାରୀ ଗଛ କଟାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଏଥିରେ କ୍ରୋଧିତ ହୋଇ ମନସୁଖକୁ ରାସ୍ତାରୁ ହଟାଇବା ପାଇଁ ଜୟଚନ୍ଦ୍ର ଯୋଜନା କରିଥିଲା । ଯୋଜନାବଦ୍ଧ ଭାବରେ ସକାଳୁ କଲେଜ ପରିସରରେ ଜୟଚନ୍ଦ୍ର ପାତ୍ର, ସୁଶାନ୍ତ ପାତ୍ର ଓ ସାମୁ ମୁର୍ମୁ ତିନି ଜଣ ମିଶି ମନସୁଖ ମହାନ୍ତଙ୍କୁ ଏକ ଲୁହା ଛଡ଼ ଓ ପଥରରେ ଛେଚି ହତ୍ୟା କରିଥିଲେ । ସେମାନେ ହତ୍ୟା କରିବା ପରେ ମୃତଦେହକୁ ବାଲିଗଦାରେ ପୋତି ଦେଇଥିଲେ ବୋଲି ଅଭିଯୁକ୍ତମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ 1 ତାରିଖରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେସିଡିକେ କଲେଜ ପରିସର ବାଲିଗଦାରୁ ମନସୁଖ ମହାନ୍ତଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

saf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.