ବାରିପଦା: ମାଛ ଜାଲରେ ପଡିଲା କୁମ୍ଭୀର। ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଅନ୍ତର୍ଗତ ଡବକ ନୁଆଁଗାଁ ବନ୍ଧରେ ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ସମୟରେ ଜାଲରେ ପଡିଛି ବିରାଟକାୟ କୁମ୍ଭୀର। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଢ ମଧ୍ୟ ବଢିବାରେ ଲାଗିଛି ।
ସୂଚନା ଅନୁଯାୟୀ ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଅନ୍ତର୍ଗତ ଡବକ ନୁଆଗାଁ ବନ୍ଧରେ ସ୍ଥାନୀୟ ଲୋକେ ଜାଲ ପକାଇ ମାଛ ଧରୁଥିଲେ । ଏହି ସମୟରେ କୁମ୍ଭୀରଟି ଜାଲରେ ପଡିଥିଲା। କୁମ୍ଭୀରକୁ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଜାଲରୁ ଉଦ୍ଧାର କରିଛନ୍ତି । କୁମ୍ଭୀରଟି ୫ ଫୁଟ ଲମ୍ବର ବୋଲି ଜଣାପଡିଛି । କୁମ୍ଭୀର ଦେଖିବାକୁ ସେଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ତେବେ କୁମ୍ଭୀରଟି କେଉଁଠୁ ଆସିଛି ତାହା ବର୍ତ୍ତମାନ ଜଣାପଡିନଥିବା ବେଳେ ବନ ବିଭାଗ ତଦନ୍ତ ଜାରି ରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ