ETV Bharat / state

3 ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସଜ୍ଜା, ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ - ଗଞ୍ଜେଇ ଚାଲାଣକାରୀଙ୍କୁ ସଶ୍ରମ କାରାଦଣ୍ଡ

3 ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦଣ୍ଡ ବିଧାନ କରିଛନ୍ତି କୋର୍ଟ। ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଅଧିକ ପଢନ୍ତୁ

court sentenced for imprisonment
ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଜେଲ ଦଣ୍ଡାଦେଶ
author img

By ETV Bharat Odisha Team

Published : Sep 1, 2023, 12:26 PM IST

ରାଇରଙ୍ଗପୁର: ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ନେଇ ଏକ ରାୟ ପ୍ରକାଶ ପାଇଛି । ମୟୂରଭଞ୍ଜର ଜିଲ୍ଲା ଦୌରାଜଜ ଏହି ମାମଲାର ବିଚାର କରି 3 ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହାସହ 3ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି ଚୋରା ଚାଲାଣ ମାମଲା ବିଚାରଧୀନ ଥିବାବେଳେ ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋର୍ଟ ।

ଏଥି ସହିତ 3 ଜଣକୁ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଅନାଦେୟ ଏବଂ ୬ ମାସ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ସାକ୍ଷୀଙ୍କ ବୟାନ, ତଦନ୍ତ ରିପୋର୍ଟ ଓ ପାରିପାର୍ଶ୍ବିକ ସ୍ଥିତିକୁ ଭିତ୍ତି କରି ଜିଲ୍ଲା ଓ ଦୌରାଜଜ କୋର୍ଟର ବିଚାରପତି ଅରବିନ୍ଦ ପଟ୍ଟନାୟକ ଉପରୋକ୍ତ ରାୟ ଶୁଣାଣି କରିଛନ୍ତି । ଉକ୍ତ ମାମଲାର ରାୟ ପ୍ରକାଶ ପାଇବା ପରେ ସମସ୍ତ 3 ଜଣ ଅଭିଯୁକ୍ତଙ୍କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।

ତେବେ ଅଭିଯୁକ୍ତମାନ ହେଲେ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବସ୍ତା ଥାନା ମଙ୍ଗଳପୁର ଗ୍ରାମର ଏସକେ ରଫାକତ ଅଲ୍ଲୀ, ରୁପସା ଥାନା ଜାମୁଣିଆ ଗ୍ରାମର ମିହିର ବିଶ୍ବାଳ ଓ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଗ୍ରାମର ରବୀନ୍ଦ୍ର କୁମାର ଦେ। ତେବେ ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ଦୌରାଜଜ କୋର୍ଟର ସ୍ବତନ୍ତ୍ର ପିପି ବଜେନ୍ଦ୍ର ମହାନ୍ତି ପରିଚାଳନା କରିଥିଲେ ।

ଏହା ବି ପଢନ୍ତୁ...ବଲାଙ୍ଗୀରରେ ଗଞ୍ଜେଇ ବେପାରୀଙ୍କୁ ନାହିଁ ନିସ୍ତାର, ମାଫିଆ ଘରେ ବୁଲିଲା ବୁଲ୍‌ଡୋଜର

ତେବେ ଘଟଣାଟି ୨୦୨୦ ମସିହା ନଭେମ୍ବର ମାସ ୮ ତାରିଖ ଦିନ ଘଟିଥିଲା। ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇଥିଲା ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୋଲିସ । ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡିରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ବୋଲେରୋକୁ ଧରିବାରେ ପୋଲିସ ସଫଳ ହୋଇଥିଲା।

ଏଥି ସହିତ ଏହି ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ପୋଲିସ ଗିରଫ କରିଥିଲା । ତେବେ ୬୦ କିଲୋଗ୍ରାମରୁ ଊର୍ଦ୍ଧ୍ବ ଓଜନର ଗଞ୍ଜେଇ ଜବତ କରିଥିଲା ପୋଲିସ । ପଚରାଉଚରାବେଳେ ଅଭିଯୁକ୍ତମାନେ ବାଲେଶ୍ଵର ଜିଲ୍ଲାର ବସ୍ତା ଅଞ୍ଚଳରୁ ଆଣି ବିଭିନ୍ନ ସ୍ଥାନରେ ଚାଲାଣ କରୁଥିବା ସ୍ବୀକାର କରିଥିଲେ । ଏନେଇ ରାସଗୋବିନ୍ଦପୁର ଥାନା ପୋଲିସ ଏକ ମାମଲା ରୁଜୁ କରି 3 ଜଣଙ୍କୁ ବାରିପଦା କୋର୍ଟ ଚାଲାଣ କରିଥିଲା । ଆଉ ଶେଷରେ ଏହି ମାମଲାର ରାୟ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.