ETV Bharat / state

ରାଇରଙ୍ଗପୁର ଲକଡାଉନ: ବାଇକ ଜବତ କରି ଚାଳକଙ୍କୁ ଥାନାରେ ଅଟକ ରଖିଲା ପୋଲିସ - କୋରୋନା ଭାଇରାସ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ବାରମ୍ବାର ସଚେତନ କରେଇବା ସତ୍ତ୍ବେ ବି ଘରେ ନ ରହି ବାରମ୍ବାର ବଜାରକୁ ଆସୁଥିବାରୁ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଇକକୁ ଜବତ କରିବା ସହ ଚାଳକଙ୍କୁ ମଧ୍ୟ ଥାନାକୁ ନେଇ ଅଟକ ରଖିଛନ୍ତି ।

coronavirus-people-break-down-lock-down-rule-then-police-took-action-at-rairangpur
କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଇରଙ୍ଗପୁରରେ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ
author img

By

Published : Mar 26, 2020, 10:46 PM IST

ରାଇରଙ୍ଗପୁର: ସମଗ୍ର ଦେଶରେ 21 ଦିନ ପାଇଁ ଲକ୍ ଡାଉନ୍ ଘୋଷଣା ହେବା ପରେ ଆଜି ଦ୍ବିତୀୟ ଦିନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଇରଙ୍ଗପୁରରେ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ

ଅଧିକାଂଶ ବେପରୁଆ ଲୋକଙ୍କୁ ବାରମ୍ବାର ସଚେତନ କରେଇବା ସତ୍ତ୍ବେ ବି ଘରେ ନ ରହି ବାରମ୍ବାର ବଜାରକୁ ଆସୁଛନ୍ତି । ଫଳରେ ପୋଲିସ ଉକ୍ତ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଇକକୁ ଜବତ କରିବା ସହ ଚାଳକଙ୍କୁ ମଧ୍ୟ ଥାନାକୁ ନେଇ ଅଟକ ରଖିଛନ୍ତି ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଗଳିକନ୍ଦି ଠାରୁ ଆରମ୍ଭ କରି ସମସ୍ତ ସ୍ଥାନରେ ପୋଲିସ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ ତେଜରାତି ଦୋକାନଗୁଡିକରେ ଭିଡଭାଡକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଏକ ମିଟର ଦୂରତାରେ ରହି ତେଜରାତି ସାମଗ୍ରୀ କିଣିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.