ETV Bharat / state

ବିଜେଡ଼ି ପକ୍ଷରୁ କୋରୋନା ସଚେତନତା ବୈଠକ - ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଝରାଡିହି

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଝରାଡିହି ଠାରେ ବିଜୁ ଜନତା ଦଳ ପକ୍ଷରୁ କୋରୋନା ସଚେତନ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ସଚ୍ଚିନ୍ଦ୍ର ଦାସଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା ଏହି ବୈଠକ । ଅଧିକ ପଡନ୍ତୁ...

Corona awareness meeting by BJD
ବିଜେଡ଼ି ପକ୍ଷରୁ କୋରୋନା ସଚେତନତା ବୈଠକ
author img

By

Published : Oct 12, 2020, 11:13 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ଠାରେ ବିଜୁ ଜନତା ଦଳ ପକ୍ଷରୁ କୋରୋନା ସଚେତନ ସମ୍ବନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ସଚ୍ଚିନ୍ଦ୍ର ଦାସଙ୍କ ସଭାପତିତ୍ବରେ ଏହି ବୈଠକ ଆୟୋଜିତ ହୋଇଥିଲା । ନିର୍ବାଚନ ମଣ୍ଡଳୀର ପ୍ରମୁଖ ନେତାଙ୍କ ସହିତ ବିଜେଡି ଦଳର ନବ ନିଯୁକ୍ତ ଯୁବ ସଭାପତି ଅଭିଷେକ ପଟ୍ଟନାୟକ ଓ ରାଜ୍ୟ ଛାତ୍ର ସଂପାଦକ ବିକାଶ ମହାନ୍ତ ଏହି ବୈଠକରେ ଯୋଗ ଦେଇଥିଲେ।

ବିଜେଡ଼ି ପକ୍ଷରୁ କୋରୋନା ସଚେତନତା ବୈଠକ

କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସଚେତନ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଓ ଓ୍ବାର୍ଡ ସ୍ତରରେ ବୁଲି ଲୋକଙ୍କୁ ସଚେତନ କରାଯିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ୧୨ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଦଳୀୟ କର୍ମି ଓ ସମର୍ଥକଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ପ୍ରତିନିଧିଙ୍କୁ ମାସ୍କ, ସାବୁନ, ସାନିଟାଇଜର ଓ କୋରୋନା ସଚେତନ ସମ୍ବନ୍ଧୀୟ ପ୍ରଚାରପତ୍ର ପ୍ରଭୃତି ଯୋଗାଇ ଦିଆଯାଇଥିଲା। ଏବଂ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରବର୍ତ୍ତାଇବା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.