ETV Bharat / state

ପୋଲିସର ଲାଠିମାଡ଼ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ଏସପି - karanjia police latest news

ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସର ଲାଠିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଓଏସଓପି କନେଷ୍ଟବଳ ନିଲମ୍ବିତ ହୋଇଥିବାବେଳେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ...

constable and homeguard suspended in karanjia
ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସର ଲାଠି ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ
author img

By

Published : Mar 30, 2021, 8:11 AM IST

ରାଇରଙ୍ଗପୁର: ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସର ଲାଠିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଓଏସଓପି କନେଷ୍ଟବଳ ନିଲମ୍ବିତ ହୋଇଥିବାବେଳେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରିଛନ୍ତି ।ଏନେଇ କରଞ୍ଜିଆ ଉପଖଣ୍ଡ ପୋଲିସ ସୂଚନା ଦେଇଛି ।

ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସର ଲାଠି ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହେଲମେଟ ଓ ମାସ୍କ ଚେକିଂ ବେଳେ ପୋଲିସର ଲାଠି ମାଡ଼ରେ ଜନୈକ ଯୁବ ବ୍ୟବସାୟୀ ଆହତ ହୋଇଥିଲେ । ଏହି ଘଟଣାରେ ମୟୂରଭଞ୍ଜ ଏସପିଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଚେକିଂ ବେଳେ ଲାଠିରେ ମାଡ଼ ମାରି ଆହତ କରିଥିବା ଓଏସଓପି କନେଷ୍ଟବଳ ଆର.କେ ସିଂ ଙ୍କୁ ମୟୂରଭଞ୍ଜ ଏସପି ନିଲମ୍ବନ କରିଥିବା ବେଳେ ପୋଲିସ ଗାଡ଼ିର ଡ୍ରାଇଭର ତଥା ହୋମଗାର୍ଡ ମାନସ ରଞ୍ଜନ ସ୍ବାଇଁଙ୍କୁ କାର୍ଯ୍ୟରୁ ପ୍ରତ୍ୟାହାର କରିଛନ୍ତି ।

ସୂଚନାଥାଉକି ଚେକିଂ ନାଁ ରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇଥିଲେ । ଚେକିଂ ସମୟରେ ପୋଲିସର ଲାଠି ମାଡ଼ ଘଟଣାରେ କରଞ୍ଜିଆ ଅଞ୍ଚଳର ଜନୈକ ଯୁବ ବ୍ୟବସାୟୀ ଆହତ ହେବା ପରେ କରଞ୍ଜିଆ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଉତ୍ୟକ୍ତ ଲୋକେ କରଞ୍ଜିଆ ଥାନା ଘେରାଉ କରିଥିଲେ। ଘଟଣାକୁ ଦୃଷ୍ଟିରେ ରଖି ରାତିରେ ହିଁ ମୟୂରଭଞ୍ଜ ଏସପି ଦୁଇ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଏସଡିପିଓ ସତ୍ୟ ବିକାଶ ଭୂୟାଁ ମାଇକ ଯୋଗେ ସୂଚନା ଦେବା ପରେ ପରିସ୍ଥିତି ସ୍ବାଭାବିକ ହେବା ସହିତ ଉତ୍ତ୍ୟକ୍ତ ଲୋକେ ଶାନ୍ତ ପଡ଼ିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.