ETV Bharat / state

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସାମିଲ ହେଲା ମୟୂରଭଞ୍ଜ, 90କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ - ମୟୂରଭଞ୍ଜରେ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ସାମିଲ ହେଲା ମୟୂରଭଞ୍ଜ ଜିଲ୍ଲାର 4ଟି ନିର୍ବାଚନୀ ମଣ୍ଡଳୀ । ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୨ହଜାର ୪୨୭ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଆଗକୁ ପଢନ୍ତୁ

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସାମିଲ ହେଲା ମୟୂରଭଞ୍ଜ

author img

By ETV Bharat Odisha Team

Published : Nov 4, 2023, 10:37 PM IST

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସାମିଲ ହେଲା ମୟୂରଭଞ୍ଜ

ରାଇରଙ୍ଗପୁର: 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ସାମିଲ ହେଲା ମୟୂରଭଞ୍ଜ ଜିଲ୍ଲା । ଜିଲ୍ଲାର ରାଇରଙ୍ଗପୁର, କରଞ୍ଜିଆ, ଯଶିପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି । ଭିଡିଓ କନଫରେନସିଙ୍ଗ୍ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଏହାମଧ୍ୟ ପଢନ୍ତୁ..ଆମ ଓଡିଶା ନବୀନ ଓଡିଶା ତୃତୀୟ ଦିନ: ମୟୂରଭଞ୍ଜ, ବରଗଡ ଓ ଦେବଗଡ ପାଇଁ ୨୭୨ କୋଟି ମଞ୍ଜୁର

'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ସାମିଲ ହେଲା ମୟୂରଭଞ୍ଜ ଜିଲ୍ଲା । ପୂର୍ବରୁ 5 ଟି ନିର୍ବାଚନ ମଣ୍ଡଳୀକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ଆଜି ଏହି ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀକୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ତେବେ ରାଇରଙ୍ଗପୁର, ଜଶିପୁର, କରଞ୍ଜିଆ ଓ ସାରସକଣା ନିର୍ବାଚନ ମଣ୍ଡଳୀକୁ ମିଳିଛି ୯୦ କୋଟି ୫୦ ଲକ୍ଷ ଟଙ୍କା । ଏହି ଟଙ୍କା ବ୍ୟୟରେ ୨ହଜାର ୪୨୭ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏହି ଅବସରରେ ରାଇରଙ୍ଗପୁର ବ୍ଲକ ପଡ଼ିଆଠାରେ ଏକ ଭିସି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଇରଙ୍ଗପୁରରେ ଆୟୋଜିତ ଉକ୍ତ ଭିସି କାର୍ଯ୍ୟକ୍ରମରେ ଏସଡିସି ଚେୟାରମ୍ୟାନ ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ପୌରପାଳିକାର ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ବ୍ଲକ ବିଡ଼ିଓ ନାରାୟଣୀ ପଣ୍ଡା, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ..କାଠଗଡାରେ ଆମ ଓଡିଶା-ନବୀନ ଓଡିଶା ଯୋଜନା, ଆରମ୍ଭ ହେଲା ଜୋରଦାର ରାଜନୀତି

ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକର ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଭିସି କାର୍ଯ୍ୟକ୍ରମରେ ବିଜାତଳା ବିଡ଼ିଓ ବଂଶୀଧର ଖୋସଲା, ବ୍ଲକ ଚେୟାରମ୍ୟାନ ରୁନୀ ମୁର୍ମୁ, ସହକାରୀ ଯନ୍ତ୍ରୀ ମନାଲିସା ନାୟକ, ଜିଲ୍ଲା ପରିଷଦ ସଭ୍ୟା ପାର୍ବତୀ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକଟି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ପ୍ରତ୍ୟେକ ପୂଜାସ୍ଥଳୀର ବିକାଶ ଜରିଆରେ ଓଡ଼ିଶାର ସଂସ୍କୃତିର ଭିତ୍ତିଭୂମିକୁ ସୁଦୃଢ କରାଯିବା, ଡିଜିଟାଲ ଭିତ୍ତିଭୂମିର ବିକାଶ, କ୍ରୀଡା ଓ ଶିକ୍ଷାର ବିକାଶ ନେଇ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.