ETV Bharat / state

୩୩୯ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ

author img

By

Published : Jun 1, 2022, 10:51 PM IST

ମୟୂରଭଞ୍ଜରେ ପ୍ରଥମ ପର୍ଯ୍ୟାୟର ୬୦ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ବୁଧବାର ୩୩୯ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଲୋକାର୍ପିତ କରିଛନ୍ତି । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ୫ଟି ଅନ୍ତର୍ଭୁକ୍ତ ୩୩୯ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ପ୍ରଥମ ପର୍ଯ୍ୟାୟର ୬୦ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ଆଜି(ବୁଧବାର) ୩୩୯ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଲୋକାର୍ପିତ କରିଛନ୍ତି । ଭର୍ଚୁଆଲ ଲୋକାପର୍ଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ୨ଟି ମୁନିସିପାଲଟି, ୨ଟି ଏନଏସି ଓ ୨୬ଟି ବ୍ଲକର ୩୩୯ଟି ରୂପାନ୍ତରିତ ହାଇସ୍କୁଲ ଲୋକର୍ପଣ କରିଥିଲେ । ଏନେଇ ମୋରଡ଼ା ବ୍ଲକ ପାଟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକାର୍ପଣ ଉତ୍ସବରେ ଜିଲ୍ଲାପାଳ ବିନୀତ କୁମାର ଭରଦ୍ବାଜ ପୌରହିତ୍ୟ କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପୁର୍ଣ୍ଣିମା ମାରାଣ୍ଡି ସ୍କୁଲ ରୂପାନ୍ତରିକରଣ ସମ୍ପର୍କରେ ନିଜର ଅନୁଭୂତି କହିଥିଲେ ।

ସେହିପରି ମଞ୍ଚାସୀନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପରିକଳ୍ପନାକୁ ପ୍ରଶଂସା କରିବା ସହିତ କୋଭିଡ଼ ପରିଚାଳନା, ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଓ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ପ୍ରଚଳନ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜକିଶୋର ଦାସ ଓ କରଞ୍ଜିଆ ବିଧାୟିକା ବାସ୍ତନ୍ତୀ ହେମ୍ବ୍ରମ ଉତ୍ସବରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.