ETV Bharat / sports

ଆଖି ପିଛୁଳାକେ ସମାଧାନ କରୁଛନ୍ତି ରୁବିକ୍‌ କ୍ୟୁବ ପଜଲ; ଗିନିଜ୍ ରେକର୍ଡ କଲେ ନୟନ ମୌର୍ଯ୍ୟ - Guinness World Record

Guinness World Record Rubik's Cube Solving : ସାଇକେଲ ଚଲାଇ ଚଲାଇ ଆଖି ପିଛୁଳାକେ ରୁବିକ୍ କ୍ୟୁବ ସମାଧାନ କରୁଛନ୍ତି ଆନ୍ଧ୍ରର ନୟନ ମୌର୍ଯ୍ୟ । ଗିନିଜ୍ ୱାର୍ଲ୍ଡ ବୁକ ଅଫ୍‌ ରେକର୍ଡରେ ଲେଖିଲେ ନାଁ । ଅଧିକ ପଢ଼ନ୍ତୁ

Guinness World Record Rubik's Cube Solving
Guinness World Record Rubik's Cube Solving (ETV Bharat)
author img

By ETV Bharat Sports Team

Published : Oct 1, 2024, 4:08 PM IST

ଅମରାବତୀ (ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶର ନେଲ୍ଲୋରର ଜଣେ ବାଳକ ରୁବିକ୍ସ କ୍ୟୁବ (Rubik's Cube)ରେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବାଳକ ଆଖି ପିଛୁଳାକେ ରୁବିକ୍ସ କ୍ୟୁବ୍ ପଜଲ୍‌ର ସମାଧାନ କରିଦେଉଛନ୍ତି । ସେ ଏହି ଖେଳରେ ଏକ ବିଶ୍ବ ରେକର୍ଡ କରିଛନ୍ତି, ଯାହାକୁ ସେ ମଜାରେ ମଜାରେ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ଅଧ୍ୟୟନରେ ମଧ୍ୟ ବେଶ ପ୍ରବୀଣ ଏବଂ ଫୁଟବଲ୍ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରନ୍ତି । ଏହି ଉତ୍ସାହୀ ବାଳକ କ୍ରମାଗତ ଭାବରେ ନୂତନ ଚିନ୍ତାଧାରା ସହିତ ବୈଷୟିକ ଦିଗଗୁଡିକୁ ଆୟତ୍ତ କରି ନିଜର ଦକ୍ଷତାକୁ ଉନ୍ନତ କରୁଛନ୍ତି ।

ଆମେରିକାରେ ଆରମ୍ଭ କରିଥିଲେ ରୁବିକ୍ସ କ୍ୟୁବ :-

ନୟନ ମୌର୍ଯ୍ୟ ହେଉଛନ୍ତି ନେଲ୍ଲୋର ସହରର ଶ୍ରୀନିବାସ ଏବଂ ସ୍ବପ୍ନା ମୌର୍ଯ୍ୟାଙ୍କ ବଡ଼ପୁଅ । ଏହି ପରିବାର ଗତ କିଛି ବର୍ଷ ଧରି ଆମେରିକାରେ ରହୁଥିଲେ । ଏହାପରେ ସେ 2020ରେ ଭାରତ ଆସି ନେଲ୍ଲୋରରେ ଏକ ପୋଷାକ ଦୋକାନ ଚଳାଇଛନ୍ତି । ଆମେରିକାରେ ରହୁଥିବାବେଳେ, ନୟନ ତାଙ୍କ ସାଙ୍ଗମାନଙ୍କୁ ସ୍କୁଲରେ ରୁବିକ୍ କ୍ୟୁବ୍ ଖେଳୁଥିବା ଦେଖି ଏଥିରେ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ, ନୟନଙ୍କ ପିତାମାତା ତାଙ୍କୁ ଜନ୍ମଦିନରେ ଏକ ରୁବିକ୍ କ୍ୟୁବ୍ ଉପହାର ଦେଇଥିଲେ ।

ଗିନିଜ ରେକର୍ଡଧାରୀ ନୟନ ମୌର୍ଯ୍ୟ କହିଛନ୍ତି, "ମୁଁ ଆମେରିକାରେ 5 ବର୍ଷ ରହିଥିଲି । ମୋର ସାଙ୍ଗମାନେ ରୁବିକ କ୍ୟୁବ୍ ପଜଲ୍ ସମାଧାନ କରୁଥିବାର ମୁଁ ଦେଖିଲି । ସେତେବେଳେ ମୋର ଆଗ୍ରହ ସୃଷ୍ଟି ହେଲା । ମୁଁ ଭାବିଲି ମୁଁ ମଧ୍ୟ ଏଥିରେ ଭଲ କରିପାରିବି । ମୁଁ ପିଲାଦିନରୁ ଏହି ଖେଳ ଅଭ୍ୟାସ କରିଆସୁଛି । ଏହିପରି ଭାବରେ ଏବେ ମୁଁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲି ।"

ରୁବିକ୍ସ କ୍ୟୁବ ସମାଧାନରେ ଗିନିଜ ରେକର୍ଡ :-

ଆମେରିକାରୁ ଭାରତ ଆସିବା ପରେ ନୟନଙ୍କ ରୁବିକ୍ସ କ୍ୟୁବ୍ ପ୍ରତି ଆଗ୍ରହ ବଢ଼ିଥିଲା । ତାଙ୍କ ମାଆ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଏବଂ ତାଙ୍କୁ 20 ପ୍ରକାରର ରୁବିକ୍ସ କ୍ୟୁବ୍ କିଣି ଦେଇଥିଲେ । ପ୍ରଥମେ ସେ ଖେଳର କୌଶଳ ଶିଖିଲେ, ତା’ପରେ କମ୍ ସମୟ ମଧ୍ୟରେ ପଜଲ୍ ସମାଧାନ କରିବାରେ ପାରଦର୍ଶିତା ହାସଲ କଲେ । ଏହାପରେ ନୟନ ଅନେକ ସ୍ଥାନରେ ଆୟୋଜିତ ରୁବିକ୍ସ କ୍ୟୁବ୍ ପଜଲ୍ ପ୍ରତିଯୋଗିତାରେ ଜିତିଥିଲେ ।

ଏହି କ୍ରୀଡା ପ୍ରତି ତାଙ୍କର ଆଗ୍ରହ ହେତୁ ନୟନ କ୍ୟୁବର୍ସ ଆସୋସିଏସନର ସଦସ୍ୟ ହୋଇଥିଲେ । ଫଳରେ ଏଠାରେ ସେ କିଛି ନୂଆ କଥା ମଧ୍ୟ ଶିଖିବାକୁ ପାଇଲେ । ଏହାପରେ, ସେ ଗିନିଜ ରେକର୍ଡ ଦେଖି ଏହା ପାଇଁ ଏକ ନୂତନ ଧାରଣା ମନରେ ସୃଷ୍ଟି କଲେ । ସେ ସାଇକେଲ ଚଲାଇବା ସମୟରେ କ୍ୟୁବ ସମାଧାନ କରିବାର ଅଭ୍ୟାସ କରିଥିଲେ । ସେ ନିଜକୁ ପ୍ରସ୍ତୁତ କରି ଚେନ୍ନାଇରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିତିବା ସହିତ ପ୍ରଥମ ପ୍ରୟାସରେ ହିଁ ଗିନିଜ ବୁକ୍ ଅଫ୍ ରେକର୍ଡସ କରିଥିଲେ । ସେ ସାଇକେଲ ଚଲାଇବା ସମୟରେ କେବଳ 59 ମିନିଟରେ 271 ରୁବିକ୍ କ୍ୟୁବ୍ ସମାଧାନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.