ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ଛଉନୃତ୍ୟ ପ୍ରତିଷ୍ଠାନ କେନ୍ଦ୍ର ପରିସରରେ ଦୁଇ ଦିନିଆ ଜାତୀୟ ଆଦିବାସୀ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ଉତ୍ସବ ଉଦଯାପିତ ହୋଇଯାଇଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ସଙ୍ଗୀତ ନାଟକ ଏକାଡେ଼ମୀର ସଚିବ ପ୍ରବୋଧ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଯୋଗ ଦେଇଥିଲେ । ସେହିପରି ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ ଯୋଗ ଦେଇଥିଲେ ।
ଦୁଇ ଦିନିଆ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆସାମର ବିହୁ ନୃତ୍ୟ, ଝାଡ଼ଖଣ୍ଡର ସାନ୍ତାଳୀ ଲୋକନୃତ୍ୟ, କେନ୍ଦୁଝରର ଜୁଆଙ୍ଗ ନୃତ୍ୟ , ପୁରୁଲିଆ ଛଉ ନୃତ୍ୟ, ସୁନ୍ଦରଗଡ଼ର ଓରାଂଓ ନୃତ୍ୟ, ମୟୂରଭଞ୍ଜର କୋହ୍ଲ ନୃତ୍ୟ, ପଞ୍ଜାବର ଭାଙ୍ଗଡା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମୟୂରଭଞ୍ଜର ସାନ୍ତାଳୀ ନୃତ୍ୟ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ରାଇରଙ୍ଗପୁରରେ ଜାତୀୟ ସ୍ତରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବାରୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ