ବାରିପଦା: ମଣ୍ଡିରେ ଧାନ ଅଭାବି ବିକ୍ରିକୁ ନେଇ ନବନିର୍ମାଣ କୃଷକ ସଂଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କଲେ । ବିଭିନ୍ନ ସମୟରେ ଚାଷୀମାନଙ୍କ ଧାନ ବିକ୍ରିକୁ ନେଇ ବେତନଟୀ ଧାନ ମଣ୍ଡିରେ ଅନେକ ସମସ୍ୟା ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ଏହି ଧାନ ବିକ୍ରିକୁ ନେଇ ଧାନ ମଣ୍ଡିରେ ଯେଭଳି ଠକାମୀ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ଲିଖିତ ଅନୁରୋଧ କରିଛି ସଙ୍ଘ ।
ଦଲାଲଙ୍କ ରାଜୁତି ଅନେକ ସମୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମଧ୍ୟ ମିଳିଥିଲା । ଏହାସହ ହାତୀ ଆକ୍ରମଣରେ ଅନେକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବି କରିଛି ସଂଘ । ଏନେଇ ବେତନଟୀ ବ୍ଲକରେ ୨୪ଟି ପଞ୍ଚାୟତରୁ ଚାଷୀମାନେ ନବନିର୍ମାଣ କୃଷକ ସଙ୍ଘ ଜରିଆରେ ଧାନ ବିକ୍ରିରେ ଦୁର୍ନୀତିକୁ ନେଇ ବେତନଟୀ ବ୍ଲକରେ "ଅମଲା ସଚେତନତା ଯାତ୍ରା" ରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ