ETV Bharat / state

ପୁଣି ଜୀବନ ନେଲା ବିଷଧର ସାପ; ଦେଢବର୍ଷ ଶିଶୁର ମୃତ୍ୟୁ, ମାଆ ଗୁରୁତର - ବିଷାକ୍ତ ସାପ କାମୁଡ଼ାରେ ଦେଢବର୍ଷ ପୁଅର ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ଦୁଃଖଦ ଘଟଣା ଘଟିଛି । ବିଷାକ୍ତ ସାପ କାମୁଡ଼ାରେ ଦେଢବର୍ଷ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁୁରୁତର । ଅଧିକ ପଢ଼ନ୍ତୁ

child dies of snake bite
ବିଷାକ୍ତ ସାପ କାମୁଡ଼ାରେ ଦେଢବର୍ଷ ପୁଅର ମୃତ୍ୟୁ
author img

By

Published : Jul 25, 2023, 4:18 PM IST

Updated : Jul 25, 2023, 4:30 PM IST

ବିଷାକ୍ତ ସାପ କାମୁଡ଼ାରେ ଦେଢବର୍ଷ ପୁଅର ମୃତ୍ୟୁ

ରାଇରଙ୍ଗପୁର: ପୁଣି ଜୀବନ ନେଲା ବିଷଧର ସାପ । ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଦେଢବର୍ଷ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମର ବାସିନ୍ଦା ଜଗା ମହାକୁଡ଼ଙ୍କ ଘରେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଜଗା ମହାକୁଡ଼ ଓ ତାଙ୍କ ସ୍ତ୍ରୀ ମିନତୀ ମହାକୁଡ଼ ନିଜର ଦେଢ଼ ବର୍ଷର ଶିଶୁପୁତ୍ର ଘନ ସହିତରାତିରେ ନିଜ ଘରେ ଶୋଇଥିଲେ । ଉଭୟ ମାଆ ଓ ପୁଅ ମଶାରୀ ଟାଙ୍ଗି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା । ହଠାତ୍ ନିଦ ଭାଙ୍ଗି ଯିବାରୁ ଘର ଭିତରେ ଏକ ଚିତି ସାପ ଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଜଗା ମହାକୁଡ଼ ଭୋରରୁ ଉଭୟ ମାଆ ଓ ପୁଅଙ୍କୁ ଉଦଳା ଡାକ୍ତରଖାନାକୁ ଚିକିତ୍ସା ଲାଗି ନେଇ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁପୁତ୍ର ଟିକୁ ମୃତ ଘୋଷଣା କରିଥିଲେ । ଏଥି ସହିତ ଗୁରୁତର ଅବସ୍ଥାରେ ଥିବା ମିନତୀର ପ୍ରାଥମିକ ଚିକିତ୍ସା କରାଯିବା ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମିନତୀଙ୍କ ଚିକିତ୍ସା ଜାରି ରହିଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: କୋଳ ଖାଲି କରିଦେଲା ବିଷଧର ସାପ, ଆଖି ବୁଜିଲେ ଦୁଇ ନାବାଳକ ଭାଇ

ପ୍ରକାଶ ଥାଉକି, ଦେବଗଡ଼ ଜିଲ୍ଲା ଜଙ୍ଗଲିକୁଦ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି । ସେହିପରି ଜୁଲାଇ 23 ତାରିଖରେ ସାପ କାମୁଡାରେ 3 ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ନିଶ୍ଚିନ୍ତପୁର ଜାଲି ଅଞ୍ଚଳରେଏକ କୋଚିଂ ସେଣ୍ଟରରେ 4 ଜଣ ଛାତ୍ରଛାତ୍ରୀଙ୍କୁ ସାପ କାମୁଡ଼ିଥିଲା । ସେଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ବର୍ଷା ଦିନ ଯୋଗୁଁ ବିଷାକ୍ତ ସରୀସୃପ ବିଲ ବାଡ଼ିରୁ ପଳାଇ ଆସି ଘର ଭିତରେ ପଶି ଯାଉଛନ୍ତି । ଫଳରେ ଅକାରଣରେ ଅନେକ ନୀରିହ ଜୀବନ ହାନୀ ହେଉଥିବା ଖବର ସାମ୍ନାକୁ ଆସୁଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jul 25, 2023, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.