ETV Bharat / state

ଡାକ୍ତରଙ୍କ ଅବହେଳା: ଏଚଆଇଭି ପୀଡିତାଙ୍କ ଗର୍ଭସ୍ଥ ଶିଶୁ ମୃତ୍ୟୁ ଅଭିଯୋଗ - ଡାକ୍ତରଙ୍କ ଅବହେଳାରୁ ଏଚଆଇଭି ପୀଡିତାଙ୍କ ଗର୍ଭସ୍ଥ ଶିଶୁମୃତ୍ୟୁ ଅଭିଯୋଗ

ଡାକ୍ତରଙ୍କର ଅବହେଳା କାରଣରୁ ଏଚଆଇଭି ସଂକ୍ରମିତ ଆସନ୍ନା ପ୍ରସବାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ.....

mayurbhanj
ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Dec 14, 2019, 2:58 PM IST

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ଡାକ୍ତରଙ୍କର ଅବହେଳା କାରଣରୁ ଏଚଆଇଭି ସଂକ୍ରମିତ ଆସନ୍ନା ପ୍ରସବାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଯୋଗ୍ୟ, ଡିସେମ୍ବର ୧୨ ତାରିଖ ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚଆଇଭି ସଂକ୍ରମିତ ମହିଳାଙ୍କୁ ପ୍ରସବ ପାଇଁ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସେହିଦିନ ବିଳମ୍ବିତ ରାତ୍ରିରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାତି ଯାକ ଗର୍ଭଯନ୍ତ୍ରଣା ରହିବା ପରେ ତାଙ୍କୁ ସଠିକ ଚିକିତ୍ସା କରାଯାଇନଥିବା ଅଭିଯୋଗ ହୋଇଛି । ପରଦିନ ସକାଳୁ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତବୋଲି ଘୋଷଣା କରିଥିଲେ । ହେଲେ ଗର୍ଭରେ ଥିବା ମଲା ପିଲାଟିକୁ କାଢିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଆଜି ସକାଳୁ ଗଣମାଧ୍ୟମ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳାଙ୍କୁ ଅପରେସନ କରି ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି ।

ଏଚ୍ଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ବିଳମ୍ବ କରାଯାଇଥିବା କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କୁହାଯାଇଛି । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ବଦଳରେ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କର ଅବହେଳାକୁ ନେଇ ସରକାରଙ୍କ ୫ଟି ଯୋଜନା ପ୍ରହସନ ପାଲଟିଥିବା ସାଧାରଣ ଆଲୋଚନା ହେଉଛି । ତେବେ ଏ ସମ୍ପର୍କରେ ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:Body:ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଭାବନୀୟ ଘଟଣା । ଡାକ୍ତରଙ୍କର ଅବହେଳା କାରଣରୁ ଏଚ ଆଇ ଭି ସଂକ୍ରମିତ ପ୍ରସୂତୀ ଙ୍କ ଗର୍ଭସ୍ଥ ଶିଶୁ ଜନ୍ମ ପୁର୍ବରୁ ଗର୍ଭ ରେ ହିଁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଅଛି । ଡିସେମ୍ବର ୧୨ ତାରିଖ ରାତି ୮ଟା ସମୟରେ ଜାମଦା ଅଞ୍ଚଳର ଜଣେ ଏଚ ଆଇ ଭି ସଂକ୍ରମିତ ମହିଳା ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଶାକର୍ମି ଙ୍କ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା । ତେବେ ସେଠାରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ଡିସେମ୍ବର ୧୨ ତାରିଖ ଦିନ ବିଳମ୍ବିତ ରାତ୍ରିରେ ମେଡିକାଲ କଲେଜ ରେ ପ୍ରସୂତି ଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ହେଲେ ରାତି ଯାକ ଗର୍ଭ ଜନ୍ତ୍ରଣା ରହିବା ପରେ ତାଙ୍କୁ ସଠିକ ଚିକିତ୍ସା କରାଯାଇନ ଥିବା ଅଭଯୋଗ ହୋଇଅଛି । ୧୩ ତାରିଖ ସକାଳୁ ଡାକ୍ତର ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମୃତବୋଲି ଘୋଷଣା କରିଥିଲେ । ହେଲେ ଗର୍ଭରେ ଥିବା ମଲା ପିଲାଟିକୁ କାଢିବାପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ତେବେ ଆଜି ସକାଳୁ ଗଣମାଧ୍ୟମ ଡାକ୍ତରଖାନାରେ ପହଞ୍ଚିବା ପରେ ମହିଳାଙ୍କୁ ଅପରେସନ କରି ପିଲାଟିକୁ କଢାଯିବାର ବ୍ୟବସ୍ଥା କରାଯାଇଛି । ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଏଚ୍ଆଇଭି ସଂକ୍ରମିତ ହେତୁ ମହିଳାଙ୍କ ସେବାରେ ଡାକ୍ତରଖାନା ପକ୍ଷରୁ ବିଳମ୍ବ କରାଯାଇଥିବା କହିଛନ୍ତି । ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବା ବଦଳରେ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ଡାକ୍ତର ଙ୍କର ଅବହେଳା କୁ ନେଇ ସରକାରଙ୍କ ୫ଟି ଯୋଜନା ପ୍ରହସନ ପାଲଟିଥିବା ସାଧାରଣ ରେ ଚର୍ଚ୍ଚା ଯୋର ଧରିଛି ।ତେବେ ଏ ସମ୍ପର୍କରେ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ବାଇଟ-ସଂଧ୍ୟାରାଣୀ ନନ୍ଦ- ସଦସ୍ୟ-ମୟୂରୀ ସାମାଜିକ ସଂଗଠନConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.