ETV Bharat / state

ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ ଉଦଯାପିତ - ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ ଉଦଯାପିତ

ଗୁରୁବାର ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ। ଶେଷ ଦିନରେ ବୀର ବାଦ୍ୟର ତାଳେ ତାଳେ ଦୁଲୁକିଲା ମଞ୍ଚ। ଅଧିକ ପଢନ୍ତୁ

chhau nrutya mahotsav concluded in mayurbhanj

author img

By

Published : Apr 14, 2023, 3:41 PM IST

chhau nrutya mahotsav concluded in mayurbhanj

ରାଇରଙ୍ଗପୁର: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ଛଉନୃତ୍ୟ ମହୋତ୍ସବ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଛଉପଡ଼ିଆରେ ଗୁରୁବାର ଉଦଯାପନି ସନ୍ଧ୍ୟା ଶେଷ ହୋଇଛି। ଶେଷ ଦିନରେ ବୀର ବାଦ୍ୟର ତାଳେତାଳେ ଦୁଲୁକିଲା ମଞ୍ଚ। ଛଉ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ। ଗତ ମଙ୍ଗଳବାରଠାରୁ ତିନି ଦିନ ଧରି ଚାଲିଥିବା ଛଉ ମହୋତ୍ସବକୁ ଭରପୁର ଉପଭୋଗ କରିଥିଲେ ହଜାରହଜାର ଦର୍ଶକ। ମହୋତ୍ସବର ପ୍ରଥମ ଓ ଦ୍ବିତୀୟ ଦିନରେ ଶହ ଶହ ଦର୍ଶକଙ୍କ ସମାଗମ ହୋଇଥିଲା। ଦ୍ବିତୀୟ ଦିନରେ ଉତ୍ତର ଓ ଦକ୍ଷିଣ ସାହି ଛଉ ନୃତ୍ୟ ଦଳ ୧୩ ଟି ନୃତ୍ୟ ପ୍ରଦର୍ଶନ କରିଥିଲେ।

ଗୁରୁବାର ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିବା ବେକେ ବିଭିନ୍ନ ଛଉ ନୃତ୍ୟ ପ୍ରତିଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ରାତି ତମାମ ମୟୁରଭଞ୍ଜ ଛଉର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଉତ୍ତର ସାହି ଓ ଦକ୍ଷିଣସାହିର କଳାକାରମାନେ ସେମାନଙ୍କ ନୃତ୍ୟ ନୈପୂଣ୍ଯ ପରିବେଷଣ କରିଥିଲେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବହୁ ଲୋକଙ୍କ ସମାଗମ ହୋଇଥିଲା । ଚଳିତବର୍ଷର ଚୈତ୍ର ପର୍ବ ସମ୍ପନ୍ନ ହୋଇଥିବା ବେଳେ ମୟୂରଭଞ୍ଜ ଛଉର ପରିଚୟ ଓ ପ୍ରସିଦ୍ଧି କେବେ ଫିକା ପଡିନାହିଁ କି ପଡିବନାହିଁ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଏହା ମଧ୍ୟ ପଢନ୍ତୁ-Pana Sankranti 2023: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ, ଆଜିଠୁ ନୂଆ ପାଞ୍ଜି

କଳାର ମାଟି ମୟୂରଭଞ୍ଜର ସବୁ ପିଢି ଛଉକୁ ବଞ୍ଚାଇ ରଖିପାରିବେ । କେବଳ ଛଉକୁ ଭଲପାଇବା ଓ ଛଉ ନୃତ୍ୟ ପ୍ରତି ନୂତନ କଳାକାର ମାନଙ୍କ ଆଗ୍ରହ ଓ ପରିଶ୍ରମ ହିଁ ଦରକାର ବୋଲି କଳାକାରମାନେ କହିଛନ୍ତି । ଚୈତ୍ରପର୍ବର ଉଦଯାପନି ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ୧୫ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ତେବେ ତିନି ଦିନିଆ ଛଉ ନୃତ୍ୟ ମହୋତ୍ସବ ମହା ଆଡମ୍ବର ସହ ପାଳନ କରା ଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।

ତେବେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାରାଣ୍ଡି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଓ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.