ETV Bharat / state

ରାଇରଙ୍ଗପୁରରେ ରଥଯାତ୍ରା: ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ - ଶ୍ରୀଜୀଉଙ୍କ ରଥଯାତ୍ରା

ରାଇରଙ୍ଗପୁରରେ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭକ୍ତିମୟ ପରିବେଶରେ ରଥଯାତ୍ରା ସମ୍ପନ୍ନ ହୋଇଛି ।

ଡିଜାଇନ ଫଟୋ
author img

By

Published : Jul 4, 2019, 10:38 PM IST

ରାଇରଙ୍ଗପୁର: ଆଜି ପବିତ୍ର ଘୋଷଯାତ୍ରା । ରତ୍ନସିଂହାସନ ଛାଡି ଭକ୍ତଙ୍କୁ ନିକଟକୁ ଚାଲି ଆସିଛନ୍ତି ଶ୍ରୀଜୀଉ । ଘଣ୍ଟ , ଶଙ୍ଖ ହୁଳହୁଳି, ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଞ୍ଚଳ । ରଥଯାତ୍ରା ପାଇଁ ଲୋକାରଣ୍ୟ ହୋଇଉଠିଥିଲା ରାଇରଙ୍ଗପୁର । ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥିଲା । ଅପରାହ୍ନ ଚାରିଟା ସମୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବିଧି ପୂର୍ବକ ଛେରାପହଁରା ସମ୍ପନ୍ନ କରିଥିଲେ । ପରେ ଡାହୁକ କୃଷ୍ଣ ବିହାରୀ ମହାନ୍ତିଙ୍କ ସଂଯୋଜନାରେ ରଥରେ ଘୋଡ଼ାଲାଗି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଅପରାହ୍ନ ୫ ଘଟିକା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା ଓ ବିଜେଡିର ଅନ୍ୟାନ୍ୟ ବରିଷ୍ଠ ନେତା ପ୍ରମୁଖ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ତରଫରୁ ଉପସ୍ଥିତ ଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ, ସରବତ ଓ ପ୍ରସାଦ ବଣ୍ଟନ କରାଯାଇଥିଲା ।

ଏପଟେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

SLUG-CAR FESTIVAL 2
PKG-MRUTYUNJAY SENAPATI,MAYURBHANJ
DATE-04.07.2019
Anchor-ପବିତ୍ର ରଥଯାତ୍ରା ଅବସରରେ ଆଜି ସମଗ୍ର ଦେଶରେ ଡିନିଠାକୁର ରଥାରୁଢ଼ ହୋଇ
ମାଉସୀ ମା ମନ୍ଦିର କୁ ଯାଉଥିବା ବେଳେ ଦ୍ବିତୀୟ ଶୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀହରିବଳଦେବ ଜୀଉ  ମନ୍ଦିର ରେ ପରମ୍ପରା ନିଆରା।ପରମ୍ପରା ଅନୁଯାୟୀ ତିନି ଠାକୁରଙ୍କ ପାହଣ୍ଡିବିଜେ ପରେ ରଥାରୂଢ଼ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।ଆସନ୍ତା ଦୁଇଦିନ ଧରି ରଥାଟଣା ହେବାର କାର୍ଯ୍ୟକ୍ରମ ରହିଛି ।
ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପରେ ପରିଚିତ ବାରିପଦା ଶୀହରିବଳଦେବଜୀଉଙ୍କ ରଥଯାଟ୍ରରେ କିଛିଟା ନିଆରା ପରମ୍ପରା ଦେଖିବାକୁ ମିଳେ । ମହାପ୍ରଭୁ ମାନକଂର ଏହି ରଥଯାଡ଼୍ରା ଆରମ୍ଭ ହେବା ପୂର୍ବରୁ ପରମ୍ପରା ଅନୁଯାୟୀ ବାରିପଦାର ଅଧିଷ୍ଟତ୍ରି ଦେବୀ ମା  ଅମ୍ବିକା ଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା ହୋଇଥାଏ। ମା ଏହି ଆଜ୍ଞାମାଳ ରଥଚାରିପଚେ ପରିକ୍ରମା ପରେ ରଥ ପବିତ୍ର କରାଯାଇଥାଏ । ବିଶ୍ବାସ ରଦିଛି ରଥରେ ଯେପରି ଅଘଟଣ କିମ୍ନା ଅସୁବିଧା ନ ଦେବ ସେଥିପାଇଁ ଦାୟିତ୍ୱ ନେଇଥାନ୍ତି ମା ଅମ୍ବିକା ।
ବାଇଟ-1-ପ୍ରଦୀପ କୁମାର ପଣ୍ଡା-ପୂଜା ପଣ୍ଡା
ଦ୍ରିଡୀୟ ଶୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ  ରଥ ପ୍ରତିଷ୍ଠା ପରେ ଚକଛଦଡା ପରେ ପରେ ଗୋଟି ପହଣ୍ଡି ରେ ରଥାରୂଢ଼ କରାଯାଇଥାଏ ।ପହଣ୍ଡି ପରେ ଶୀଜୀଉମାନଙ୍କୁ ରଥ ଉପରେ ଭକ୍ତମାନେ ପୂଜାଅର୍ଚ୍ଚନା କରୁଛନ୍ତି। ସେଥିପାଇଁ ବାରିପଦା ବଡଦାଣ୍ଢରେ ପ୍ରଭୂ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ  ସୁଭଦ୍ରା ଙ୍କ ରଥ ଶୋଭାପାଉଛି। ଆସନ୍ତା କାଲିଠାରୁ ଦୁଇଦିନ ବ୍ୟାପୀ ଭକ୍ତ ମାନଙ୍କ ଗହଣରେ ଡିନିଠାକୁର
ପର୍ଯ୍ୟାୟ କ୍ରମେ ଟଣା ହୋଇ  ମାଉସୀ ମା ମନ୍ଦିର ଅଭିମୁଖେ ଯିବେ। ସେଥିପାଇଁ ଶ୍ରୀଜୀଉ ମାନଙ୍କ ର ସବୁ ନୀଟି, ରିତି କରାଯାଇଥାଏ ଶୀମନ୍ଦିରରେ । ସନ୍ଧ୍ୟାରେ ଅବଶିଷ୍କ ନୀତି ରଥ ଉପରେ କରାଯିବାର ପରମ୍ପରା ରହିଛି । ସେଥିପାଇଁ ଆବଶ୍ୟାକୀୟ ସୁରକ୍ଷା ବ୍ୟବସ୍ଥା ମଧ୍ଯ ଗହଣ କରାଯାଇଛି ବୋଲି କହିଛନ୍ତି ମୟୁରଭଞ୍ଜ ଏସ ପି।
ବାଇଟ-ଅବିନାଶ କୁମାର-ଏସ ପି -ମୟୁରଭଞ୍ଜ
ରାଜା ରାଜୂଡା ଅମଳରୁ ଆରମ୍ଭ ଦୋଇଥିବା ଏହି ରଥଯାତ୍ରା କୁ “କେବଳ ଯେ ମୟ୍ଭୁରଭଞବାସୀ ଆନନ୍ଦ ନେଇଥାନ୍ତି  ତାହା  ନୁହେଁ  ପଡୋଶୀ ପଶ୍ଚିମବଙ୍ଗ ତଥା ଝାରଖଣ୍ଡ  ରାଜ୍ୟରୁ ମଧ୍ଯ ଭକ୍ତ ଙ୍କ  ସୂଅ ଛୁଟିଥାଏ ଏହି ଦ୍ରିତୀୟ ଶ୍ରୀକ୍ଷେତ୍ର ବାରିପଦା କୁ ରଥଯାତ୍ରା କୁ ।
Visual & Bytes Mojo

File Name-od_mbj_03_carfestival_visual_7203849
od_mbj_03a_carfestival_bytes_7203849

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.