ETV Bharat / state

ଡ୍ୟାମ ନିର୍ମାଣକାରୀ ଠିକା ସଂସ୍ଥାର ବେପରୁଆ ନୀତି, ପାଣି ଘେରରେ 45 ପରିବାର

author img

By

Published : Aug 21, 2020, 4:50 PM IST

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତର ହାତୀମଡା ମୁସଲିମ ସାହିର ୪୫ ପରିବାର ପାଣିଘେରରେ । ହଳଦିଆ ଡ୍ୟାମ ପାଣି ନିଷ୍କାସନ ଯୋଗୁଁ ବାହ୍ୟ ଜବତରୁ ବିଚ୍ଛିନ୍ନ ହୋଇଛନ୍ତି ଏହି ୪୫ ପରିବାର । ଅଧିକ ପଢନ୍ତୁ...

ଡ୍ୟାମ ନିର୍ମାଣକାରୀ ଠିକା ସଂସ୍ଥାର ବେପରୁଆ ନୀତି, ପାଣି ଘେରରେ 45 ପରିବାର
ଡ୍ୟାମ ନିର୍ମାଣକାରୀ ଠିକା ସଂସ୍ଥାର ବେପରୁଆ ନୀତି, ପାଣି ଘେରରେ 45 ପରିବାର

ବାରିପଦା: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଗତ 2 ଦିନ ହେବ ବର୍ଷା ଲାଗିରହିଛି । ଯଦ୍ବାରା ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତର ହାତୀମଡା ମୁସଲିମ ସାହିର ୪୫ ପରିବାର ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।

ସୂଚନାନୁଯାୟୀ, ଦୀର୍ଘ ଆଠ ବର୍ଷ ଧରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆ ଡ୍ୟାମ ନିର୍ମାଣ କାର୍ଯ୍ୟ ଚାଲିଛି । ଆଉ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରୁଛନ୍ତି ଡି ଡି ବିଲ୍ଡର୍ସ ନାମକ ଏକ ଠିକା ସଂସ୍ଥା । ତେବେ ହଳଦିଆ ଡ୍ୟାମରେ ଅତ୍ୟଧିକ ଜଳ ପ୍ରବେଶ ଯୋଗୁ ଠିକା ସଂସ୍ଥା ଏକ ନାଳ ଯୋଗେ ଜଳ ନିଷ୍କାସନ କରୁଛି । ନାଳ ଦେଇ ଅଧିକ ଜଳ ପ୍ରଭାବିତ ହେବାରୁ ହାଥିମଡା ଗ୍ରାମକୁ ସଂଯୋଗ କରୁଥିବା ଏକ ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ରୂପେ ଧୋଇ ହୋଇଯାଇଛି । ଫଳରେ ଏହି ଗାଁରେ ବାସବାସ କରୁଥିବା ୪୫ ପରିବାରର ପ୍ରାୟ ୧୫୦ ରୁ ଊର୍ଦ୍ଧ ଲୋକେ ବର୍ତ୍ତମାନ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗ୍ରାମବାସୀ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବିପଦପୂର୍ଣ୍ଣ ଭାବେ ଭରା ନାଳରେ ଜୀବନକୁ ବାଜି ଲଗାଇ ପାର ହେଉଥିବାର ଦେଖିବାକୁ ମିଳିଥିଲା । ଏପରିକି ବିପଦସଂକୁଳ ଭାବେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଠିକା ସଂସ୍ଥାର ଏଭଳି ଖାମଖିଆଲି କାର୍ଯ୍ୟ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଜାଣିବା ପରେ କଣ ପଦକ୍ଷେପ ନେଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.