ETV Bharat / state

ସୁଇପର ପରେ କ୍ୟାଣ୍ଟିନ କର୍ମଚାରୀ ଦେଲେ ଇଞ୍ଜେକସନ - #health dept odisha

ସୁଇପର ପରେ ଏବେ କ୍ୟାଣ୍ଟିନ କର୍ମଚାରୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ । ଭିଡିଓ ଭାଇରାଲ...

health dept odisha
ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର, ସୁଇପର ପରେ ଏବେ କ୍ୟାଣ୍ଟିନ କର୍ମଚାରୀ ଦେଲେ ଇଞ୍ଜେକସନ
author img

By

Published : Dec 5, 2019, 11:36 PM IST

ବାରିପଦା: 24 ଘଣ୍ଟା ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟସେବାର ଦୁଇଟି ବିକଳ ଚିତ୍ର । ପ୍ରଥମେ ଢେଙ୍କାନାଳ ଏବେ ବାରିପଦା । ରାଜ୍ୟରେ ସ୍ବାସ୍ଥ୍ୟସେବା କିଭଳି ଚାଲିଛି ଏହି ଦୁଇଟି ଘଟଣା ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରୁଛି । ଢେଙ୍କାନାଳରେ ରୋଗୀଙ୍କୁ ସୁଇପର ଇଞ୍ଜେକସନ ଦେବାର କେଇ ଘଣ୍ଟା ନପୁରୁଣୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ କ୍ୟାଣ୍ଟିନ ବଏ ସାଜିଲେ ଡାକ୍ତର ।

ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର, ସୁଇପର ପରେ ଏବେ କ୍ୟାଣ୍ଟିନ କର୍ମଚାରୀ ଦେଲେ ଇଞ୍ଜେକସନ

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ରୋଗୀଙ୍କୁ ନର୍ସ ବଦଳରେ କ୍ୟାଣ୍ଟିନରେ କାମ କରୁଥିବା ମହିଳା ଇଞ୍ଜେକସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାରମ୍ବାର ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ହେଉଥିବା ଅଭିଯୋଗ ଆସିବା ପରେ ସଜାଗ ହୋଇପାରୁନାହଁ ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଭଳି ଭିଡ଼ିଓରୁ ମେଡିକାଲରେ ରୋଗୀଙ୍କ ପ୍ରତି ଡାକ୍ତର ନର୍ସମାନଙ୍କର କେତେ ଦାୟିତ୍ବ ରହିଛି ତାହା ସୂଚାଉଛି ।

ଅନ୍ୟପକ୍ଷରେ ସରକାର 5Tକୁ ଗୁରୁତର ସହ ନେଇଥିବା ବେଳେ ସମସ୍ତ ନିୟମ କାନୁନକୁ ଜଳାଞ୍ଜଳି ଦେଇ କିପରି ରୋଗୀଙ୍କୁ ଜଣେ କ୍ୟାଣ୍ଟିନର କର୍ମଚାରୀ ଇଞ୍ଜେକସନ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଭିଡିଓ ଭାଇରାଲ ଖବରକୁ ନେଇ ଇଟିଭିଭାରତ ପ୍ରତିନିଧି ମେଡିକାଲକର ଏଡିଏମଙ୍କୁ ଅବଗତ କରାଇଥିଲେ । ତେବେ ଭିଡିଓ ଦେଖିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ କହି କ୍ୟାମରା ସାମନାରେ କୌଣସି ପ୍ରତିକ୍ରିୟା ଦେବାକୁ ସଫାସପା ମନା କରିଦେଇଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଢେଙ୍କାନାଳ ମେଡିକାଲ ପରେ ପଦାରେ ପଡିଲା ମୟୁରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ହସ୍ପିଟାଲର ଅସଲ ଚେହେରା । ରୋଗୀଙ୍କୁ ନର୍ସ ବଦଳରେ କେଣ୍ଟିନ ରେ କାମ କରୁଥିବା ମହିଳା ଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଅଛି । ବାରମ୍ବାର ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟ ହେଉଥିବା ଅଭିଯୋଗ ଆସିବାପରେ ସଜାଗ ହୋଇପାରୁନାହଁ ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଭଳି ଭିଡ଼ିଓରୁ ମେଡିକାଲରେ ରୋଗୀଙ୍କ ପ୍ରତି ଡାକ୍ତର ନର୍ସ ମାନଙ୍କର କେତେ ଦାଇତ୍ୱ ରହିଛି ତାହା ସୂଚାଉଛି । ଅନ୍ୟପକ୍ଷରେ ସରକାର 5t କୁ ଗୁରୁତ୍ବର ସହ ନେଇଥିବା ବେଳେ ସମସ୍ତ ନିୟମ କାନୁନ କୁ ଜଳାଞ୍ଜଳି ଦେଇ କିପରି ରୋଗୀଙ୍କୁ କେଣ୍ଟିନ କର୍ମଚାରୀ ଇଞ୍ଜେକ୍ସନ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ଭିଡିଓ ଭାଇରଲ ଖବରକୁ ନେଇ ଆମ୍ଭେ ଏଡିମ ମେଡିକାଲ ଙ୍କୁ ଅବଗତ କରାଇବାପରେ ଭିଡ଼ିଓ ଦେଖିବା ପରେ ଜଣାପଡିବ ବୋଲି କହିଛନ୍ତି ଏବଂ କ୍ୟାମେରା ସାମନା ରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.