ETV Bharat / state

ବସ ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - rairangpur news

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ 53 ନମ୍ବର ରାଜ୍ୟ ରାଜପଥ ହାତୀଦାଣ୍ଡି ଗ୍ରାମ ଛକ ନିକଟରେ ସଡକ ଦୁର୍ଘଟଣା । ବସ ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ 5 ଜଣ ଆହତ ହୋଇଛନ୍ତି ।

Bus and pick up van colliade in rairangpur
ବସ ଓ ପିକଅପ୍‌ ଭ୍ୟାନ ମୁହାଁମୁହାଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
author img

By

Published : Dec 27, 2019, 11:00 PM IST

ରାଇରଙ୍ଗପୁର: ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କୁହୁଡି ଯୋଗୁଁ ବସ ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ 53 ନମ୍ବର ରାଜ୍ୟ ରାଜପଥ ହାତୀଦାଣ୍ଡି ଗ୍ରାମ ଛକ ନିକଟରେ ।

ବସ ଓ ପିକଅପ୍‌ ଭ୍ୟାନ ମୁହାଁମୁହାଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନାନୁସାରେ, ରାତିରେ ପ୍ରବଳ କୁହୁଡି ଯୋଗୁଁ କଲ୍ୟାଣି ଆଣ୍ଡ କଲ୍ୟାଣି ନାମକ ଏକ ଘରୋଇ ବସ ସହ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ପିକଅପ ଭ୍ୟାନର ସାମାନ୍ୟ କ୍ଷତି ହୋଇଥିବା ବେଳେ ବସଟି ଏକ ପଥର ହୁଡ଼ି ଉପରକୁ ଚଢିଯିବା ଫଳରେ ଗାଡିର ବ୍ୟାପକ କ୍ଷୟକ୍ଷତି ହୋଇଛି ।

ତେବେ ବସରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

BLA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.