ମୟୂରଭଞ୍ଜ: ଶୁକ୍ରବାର ଆଗତ ହୋଇଛି 2019-20 ଆର୍ଥିକ ବର୍ଷର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦରେ ଉପସ୍ଥାପନ କରିଛନ୍ତି ବଜେଟ । ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମୟୂରଭଞ୍ଜବାସୀ।
ରାଜରାଜୁଡା ଅମଳରୁ ମୟୂରଭଞ୍ଜରେଳ ସେବାର ପୁନଃରୁଦ୍ଧାର କରାଯାଉ । ଏନେଇ ଆବଶ୍ୟକ ଅର୍ଥ ବିନିଯୋଗ କରାଯାଉ । ସାଧାରଣ ଲୋକଙ୍କ ପାଇଁ ଲୋକାଲ ଟ୍ରେନର ସୁବିଧା ହେଲେ ସେମାନେ ଉପକୃତ ହେବେ। ଏହାସହ ମୟୂରଭଞ୍ଜରେ ଥିବା ପର୍ଯ୍ୟଟନସ୍ଥଳୀର କୌଣସି ବିକାଶ ହୋଇନଥିବା କହିଛନ୍ତି ସ୍ଥାନୀୟବାସୀ । ଏଥିପାଇଁ ବ୍ୟୟ ଅଟକଳ କରାଯାଇ ଏହାର ବିକାଶ କରାଯାଉ ବୋଲି ସେମାନେ ବୋଲି ଦାବି କରିଛନ୍ତି ଲୋକେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ