ETV Bharat / state

ମୟୂରଭଞ୍ଜରେ ଅଘଟଣ, ପାଣିରେ ବୁଡି ଭାଇ ଭଉଣୀଙ୍କ ସଲିଳ ସମାଧି

author img

By ETV Bharat Odisha Team

Published : Dec 2, 2023, 9:28 PM IST

Updated : Dec 2, 2023, 9:47 PM IST

ମୟୂରଭଞ୍ଜ ଜିଲ୍ଲା ମାଝୀସାହିରେ ଅଘଟଣ । ପାଣିରେ ବୁଡି ଦୁଇ କୁନି ଭାଇ ଭଉଣୀଙ୍କ ସଲିଳ ସମାଧି । ଅଧିକ ପଢନ୍ତୁ

Brother Sister duo drowned to death
Brother Sister duo drowned to death

ମୟୂରଭଞ୍ଜରେ ଅଘଟଣ, ପାଣିରେ ବୁଡି ଭାଇ ଭଉଣୀଙ୍କ ସଲିଳ ସମାଧି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ପୋଖରୀ ପାଣିରେ ବୁଡି ଦୁଇ ଜଣ କୁନି କୁନି ଶିଶୁ ମୃତ୍ୟୁବରଣ କରିଛନ୍ତି । ସମ୍ପର୍କରେ ଦୁଇ ଜଣ ଶିଶୁ ଭାଇ ଓ ଭଉଣୀ ଅଟନ୍ତି । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମ ସ୍ଥିତ ମାଝୀସାହିରେ ଏପରି କିଛି ଦୁଃଖଦ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି ।

ସୂଚନା ଅନୁଯାୟୀ, ଗତକାଲି ଜ୍ୟୋତିପୁର ଗ୍ରାମରେ ଗୋରାମ ପୂଜା ଥିବାରୁ ସ୍ବର୍ଗତ ଲବ ମାଝୀଙ୍କ ପରିବାର ଲୋକେ ବ୍ୟସ୍ତ ଥିଲେ । ତେବେ ଗତକାଲି ଦିନ ପାଖାପାଖି ୩ଟା ସମୟରେ ଦୁଇ ଛୁଆ ମାଲ ଓ କାର୍ତ୍ତିକକୁ ଘରେ ଖୋଜାଖୋଜି କରି ନ ପାଇ ମାଆ ଶେଷରେ ଛୁଆମାନଙ୍କର ମାମୁଁଙ୍କୁ ଏ ବିଷୟରେ କହିଥିଲେ । ମାମୁଁ ସୁନା ମାଝୀ ମଧ୍ୟ ଘରକୁ ପହଞ୍ଚି ଚାରିପଟେ ଖୋଜାଖୋଜି କରି ଦୁଇ ଛୁଆଙ୍କୁ ନ ପାଇ ଶେଷରେ ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ବାରିପଦା ସଦର ଥାନା ପୋଲିସ ସ୍ବର୍ଗତ ଲବ ମାଝୀଙ୍କ ଘରକୁ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ- ସାଙ୍ଗ ସାଥୀଙ୍କ ସହ ଭୋଜି କରିବା ହେଲା କାଳ, ସାଲୁଙ୍କି ନଦୀରେ ବୁଡିଗଲେ ଯୁବକ

ହେଲେ ଘର ନିକଟରେ ଗୋଟିଏ ପୋଖରୀ ଥିବାରୁ ପୋଖରୀରେ ଦୁଇ ଭାଇ ଭଉଣୀ ପଡ଼ି ଯାଇଥିବା ସନ୍ଦେହ କରି ପୋଲିସ ଅଗ୍ନିଶମ ବିଭାଗର ସହାୟତା ନେଇ ପୋଖରୀରେ ଖୋଜାଖୋଜି କରିଥିଲେ । ହେଲେ ନିରାଶ ହୋଇଥିଲେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ । ତେବେ ଆଜି ସକାଳୁ ଗ୍ରାମର ଜଣେ ଲୋକ ଗାଧୋଇବାକୁ ସେହି ପୋଖରୀକୁ ଯାଇଥିବା ବେଳେ ସେଠାରେ କିଛି ଭାସୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ଦୁଇ ଛୁଆର ମାମୁଁ ସୁନା ମାଝୀକୁ ଖବର ଦେବାରୁ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଛୁଆ ଭାସୁଥିବା ଦେଖିବାକୁ ପାଇଥିଲେ ।

ପୁଣି ଅଗ୍ନିଶମ ବିଭାଗ ଓ ସଦର ଥାନା ପୋଲିସକୁ ଖବର ଦେବାରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପୋଖରୀ ମଧ୍ୟରୁ ଦୁଇ ଭାଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଦୁଇ ଭାଇ ଭଉଣୀ ଘରେ କାହାକୁ ନ ଜଣାଇ ଗ୍ରାମର ପୋଖରୀକୁ ଗାଧେଇବା ଯାଇ ବୁଡି ଯାଇଥିବା ପୋଲିସ ପକ୍ଷରୁ ଜାଣିବାକୁ ମିଳିଛି । ପରେ ଦୁଇ ଶିଶୁଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ଏହି ଘଟଣାକୁ ନେଇ ବାରିପଦା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ଏବଂ ପୋଲିସର ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Dec 2, 2023, 9:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.