ETV Bharat / state

ମୟୂରଭଞ୍ଜରେ ରକ୍ତଦାନ ଶିବିର ଅନୁଷ୍ଠିତ, ୧୦୫ ୟୁନିଟ ରକ୍ତ ସଂଗ୍ରହ

ବାରିପଦା ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୫ ୟୁନିଟ ରକ୍ତ ସଂଗୃହ କରାଯାଇଛି। କ୍ରାନ୍ତି ଦିବସରୁ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ ଅଧିକ ପଢନ୍ତୁ...

author img

By

Published : Aug 10, 2020, 6:36 PM IST

ମୟୂରଭଞ୍ଜରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବାରିପଦା: କୋରୋନା ମହାମାରୀ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ସାରା ରାଜ୍ୟରେ କ୍ରାନ୍ତି ଦିବସରୁ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ବିଜେଡି କାର୍ଯ୍ୟାଳୟ ପରିସରରେ ଚାଲିବ । ଜିଲ୍ଲା ଜୀବନ ବିନ୍ଦୁର ସଂଯୋଜକ ଦେବାଶିଷ ମହାନ୍ତିଙ୍କ ତତ୍ତ୍ବାବଧାନରେ ୧୦୫ ୟୁନିଟ ରକ୍ତ ସଂଗୃହୀତ ହୋଇଛି।

କୋରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପକୁ ସର୍ବସାଧାରଣରେ ପ୍ରସଂଶା କରାଯାଇଛି । ବାରିପଦା ରକ୍ତ ଭଣ୍ଡାର ଓ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.