ETV Bharat / state

ମନମାନି କରି ନିଲମ୍ବିତ ହେଲେ ଯଶିପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ

ଯଶିପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି ଗଣଶିକ୍ଷା ବିଭାଗ । ଗୋଟିଏ ମାସରେ ଶିକ୍ଷକଙ୍କୁ ଏକାଧିକ ଥର ବଦଳି କରିଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 6, 2023, 9:47 PM IST

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଲମ୍ବିତ ମଙ୍ଗଲ ଚରଣ ସିଂ ନିଲମ୍ବିତ

ରାଇରଙ୍ଗପୁର: ଗୋଷ୍ଠୀ ଶିକ୍ଷା ଅଧିକାରୀ ନାଁରେ ମାଳ ମାଳ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ଜିଲ୍ଲାର ଯଶିପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପୂର୍ବରୁ ମଙ୍ଗଲ ଚରଣ ସିଂଙ୍କ ନାଁରେ ବହୁ ଅଭିଯୋଗ ହୋଇ ଆସୁଥିଲା । ଏନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯଶିପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ସେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଗୋଟିଏ ମାସରେ ଏକାଧିକ ଥର ଅନ୍ୟତ୍ର ବଦଳି କରୁଥିଲେ । ଯାହାଫଳରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଦନ୍ତ ଭାର ନେଇଥିଲା । ଗତକାଲି ତାଙ୍କୁ ନିଲମ୍ବିତ କରିଛି ବିଭାଗ ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ସିଂଙ୍କ ନାମରେ ବହୁ ଅଭିଯୋଗ ପୂର୍ବରୁ ହୋଇ ଆସୁଥିଲା । ବେଆଇନ ଭାବରେ ଯଶିପୁର ଅଞ୍ଚଳର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅନ୍ୟତ୍ର ବଦଳି କରୁଥିଲେ । ତେବେ ଗୋଟିଏ ମାସ ମଧ୍ୟରେ ସର୍ବାଧିକ ୬ ଥର ବଦଳି ଆଦେଶ ଦେଉଥିବାର ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କୌଣସି ଅନୁମତି ନନେଇ ନିଜ ମନମାନି କରୁଥିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏହାସହ ବ୍ୟାପକ ଅନିୟମିତତା ସମ୍ପର୍କରେ ଅଭିଯୋଗ ପାଇବା ପରେ ଓଡ଼ିଶା ସରକାରଙ୍କ ଶିକ୍ଷା ସଚିବ ନଭେମ୍ବର ମାସ ୨୦ ତାରିଖରେ ଯଶିପୁର ଗସ୍ତ କରି ତଦନ୍ତ କରି ଫେରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନଶିକ୍ଷକ, ନିଲମ୍ବିତ କଲେ BEO

ତେବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଗତକାଲି ଶିକ୍ଷା ବିଭାଗର ଚିଠି ନଂ ୨୭୯୫୮/୫ ଡିସେମ୍ବର ୨୦୨୩ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂକୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବିତ କରାଯାଇଛି । ମଙ୍ଗଲ ଚରଣ ସିଂଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟାଳୟ ଛାଡିକି ନଯିବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ.....ନିଲମ୍ବିତ ହେଲେ ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ, ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେଲ ରେଜିଷ୍ଟ୍ରର ନୃପରାଜ ସାହୁ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.