ETV Bharat / state

କୋରୋନା ପ୍ରହାରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠପଢା ଠପ୍‌ ! - online teaching

କୋରୋନା କାଳରେ ବନ୍ଦ ରହିଛି ସ୍କୁଲ ଓ କଲେଜ । ଅନଲାଇନ ମୁହାଁ ହୋଇଛନ୍ତି ଛାତ୍ରଛାତ୍ରୀ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଲକ୍ଷ୍ମୀପୋଷିରେ ଥିବା ସ୍ବତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନରେ ପାଠପଢାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅନଲାଇନରେ ପାଠପଢାରେ ସମସ୍ୟା
ଅନଲାଇନରେ ପାଠପଢାରେ ସମସ୍ୟା
author img

By

Published : Dec 29, 2020, 2:07 PM IST

ବାରିପଦା: ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କୋରୋନା ପାଇଁ ବନ୍ଦ ରହିଛି ସ୍କୁଲ ଓ କଲେଜ । ଗତ ମାର୍ଚ୍ଚ ମାସରୁ କୋରୋନା ପାଇଁ ସବୁ ସ୍କୁଲ କଲେଜ ବନ୍ଦ ଥିବାବେଳେ ଦୃଷ୍ଟିହୀନ ଓ ବଧିର ପିଲାମାନଙ୍କ ସ୍ବତନ୍ତ୍ର ବିଦ୍ୟାଳୟ ମଧ୍ୟ ବନ୍ଦ ରହିଛି । ମୟୁରଭଞ୍ଜ ଜିଲ୍ଲା ବାରିପଦା ଲକ୍ଷ୍ମୀପୋଷିରେ ଥିବା ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଥିବା ବିଦ୍ୟାଳୟ ମଧ୍ୟ କୋରୋନା ପ୍ରହାରରୁ ବାଦ ପଡିନି । ଦୀର୍ଘ 9ମାସରୁ ଉର୍ଦ୍ଧ୍ବ ଧରି ସ୍କୁଲ ବନ୍ଦ ରହିବା ଫଳରେ, କେମିତି ଏଭଳି ସ୍ଥିତିରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଚାଳିଛି ସେନେଇ ସ୍ଥିତି ପରଖିଛି ଇଟିଭି ।

ଅନଲାଇନରେ ପାଠପଢାରେ ସମସ୍ୟା

ବାରିପଦାରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସ୍କୁଲରେ ପାଠ ପଢ଼ନ୍ତି ରାଜ୍ୟ ତଥା ପୋଡ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡର ୨୦୦ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀ। ତେବେ ମହାମାରୀ କୋରୋନା ପାଇଁ ଏବେ ବନ୍ଦ ରହିଛି ସ୍କୁଲ। ସ୍କୁଲ କର୍ତ୍ତୃପକ୍ଷ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀ ପାଇଁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଇବା ସମ୍ଭବ ହେଉନାହିଁ ବୋଲି କହିଛନ୍ତି ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଟ୍ରେନର। ଅନେକ ଛାତ୍ରଛାତ୍ରୀଙ୍କ ନିକଟରେ ମୋବାଇଲ ନଥିବାବେଳେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠପଢା ଫଳପ୍ରଦ ହେଉନାହିଁ ବୋଲି କହିଛନ୍ତି।

ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ଶିକ୍ଷାଦାନ ଫଳପ୍ରଦ ହେଉ ନଥିବାବେଳେ ଅନେକ ଗରିବ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନାହିଁ । ଏବେ ଅପେକ୍ଷା କେବେ ମହାମାରୀ କୋରନାରୁ ମୁକ୍ତି ମିଳିବ, ଆଉ ପୁଣିଥରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପାଠପଢା ଆରମ୍ଭ କରିବେ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.