ETV Bharat / state

୫୬ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ତୁଷାରେନ୍ଦୁ ମହାନ୍ତ ବିଜୟୀ - ଜିଲ୍ଲା ପରିଷଦ ଉପନିର୍ବାଚନ ୫୬ନମ୍ବର ଜୋନ

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର 56 ଜିଲ୍ଲା ପରିଷଦ ଉପନିର୍ବାଚନ ଫଳାଫଳ ପ୍ରକାଶ । ବିଜେପିକୁ 10428 ଭୋଗରେ ହରାଇଲା ବିଜେଡି । ଅଧିକ ପଢନ୍ତୁ...

୫୬ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ତୁଷାରେନ୍ଦୁ ମହାନ୍ତ ବିଜୟୀ

author img

By

Published : Feb 12, 2021, 10:58 PM IST

Updated : Feb 13, 2021, 7:10 AM IST

ବାରିପଦା: ପ୍ରକାଶ ପାଇଲା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ୫୬ନମ୍ବର ଜିଲ୍ଲା ପରିଷଦର ଉପନିର୍ବାଚନ । ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଶେଖର ମହାନ୍ତ ପ୍ରତିଦ୍ବନ୍ଦୀ ବିଜେପିର ବଂଶୀଧର ବେରାଙ୍କୁ ୧୦୪୨୮ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି ।

୫୬ନମ୍ବର ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ତୁଷାରେନ୍ଦୁ ମହାନ୍ତ ବିଜୟୀ

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ୫୬ ନଂ ଜୋନ ଜିଲ୍ଲାପାରିଷଦର ଉପନିର୍ବାଚନ ଭୋଟ ଗଣତି ଶେଷ । ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଭୁବନେଶ୍ୱର ମହାନ୍ତଙ୍କ ପୁଅ ତୁଷାରେନ୍ଦୁ ଶେଖର ମହାନ୍ତ ଜିଲ୍ଲା ପରିଷଦ ହୋଇଛନ୍ତି । ତେବେ ଏହି ଉପନିର୍ବାଚନରେ ବିଜେଡି ୧୫ ହଜାର ୩୫୧ ଭୋଟ ପାଇ ଥିବାବେଳେ ବିଜେପି ୪ ହଜାର ୯୨୩ ଭୋଟ ଅକ୍ତିଆର କରିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଚିତ୍ତବିକାଶ ମହାପାତ୍ର ସର୍ବମୋଟ ୬୧୮ ଭୋଟ ପାଇ ଥିବାବେଳେ ଜେଏମ୍ଏମ୍ ପ୍ରାର୍ଥୀ ପ୍ରଦୀପ୍ତ କୁମାର ମହାନ୍ତ ୧ ହଜାର ୧୬୩ ଭୋଟ ଅକ୍ତିୟାର କରିଛନ୍ତି ।

ସେପଟେ ସ୍ୱାଧୀନ ପ୍ରାର୍ଥୀ ବିଶ୍ୱନାଥ ମହାନ୍ତ ୨ ହଜାର ୪୩୦ ଭୋଟ ହାତେଇବାରେ ସକ୍ଷମ ହୋଇ ଥିବାବେଳେ ୯୨୯ ଭୋଟ ନାକଚ ହୋଇଥିବା ଜଣାପଡିଛି । ଏହି ଉପ ନିର୍ବାଚନରେ ଆଠଟି ପର୍ଯ୍ୟାୟରେ ଭୋଟ ଗଣତି ହୋଇଥିଲା । ପ୍ରଥମରୁ ଅଷ୍ଟମ, ସମସ୍ତ ପର୍ଯ୍ୟାୟରେ ଶାସକ ଦଳ ବିଜେଡି ଆଗୁଆ ଥିଲା । ବିଜେଡି ପ୍ରାର୍ଥୀଙ୍କ ବିଜୟୀ ପରେ ବାଣ ଫୁଟାଇ ସେଲିବ୍ରେସନ କରୁଛନ୍ତି କର୍ମୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 13, 2021, 7:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.