ETV Bharat / state

ଦୁର୍ଘଟଣାଗ୍ରସ୍ତ କଣ୍ଟେନରରୁ ମନିଟର ଚୋରି, ୫ ଗିରଫ

author img

By

Published : Aug 18, 2022, 2:08 PM IST

ଦୁର୍ଘଟଣାଗ୍ରସ୍ତ କଣ୍ଟେନରରୁ ମନିଟର ଚୋରି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କଲା ବିଶୋଇ ପୋଲିସ । ଅଧିକ ପଢନ୍ତୁ

ଦୁର୍ଘଟଣାଗ୍ରସ୍ତ କଣ୍ଟେନରରୁ ମନିଟର ଚୋରି, ୫ ଗିରଫ
ଦୁର୍ଘଟଣାଗ୍ରସ୍ତ କଣ୍ଟେନରରୁ ମନିଟର ଚୋରି, ୫ ଗିରଫ

ରାଇରଙ୍ଗପୁର: ଦୁର୍ଘଟଣାଗ୍ରସ୍ତ କଣ୍ଟେନରରୁ ମନିଟର ଚୋରି ଘଟଣା । ୫ଜଣଙ୍କୁ ଗିରଫ ସହ ୩୦ଟି ମନିଟର ଜବତ କଲା ବିଶୋଇ ଥାନା ପୋଲିସ। ନୂଆଗାଁ ନିକଟସ୍ଥ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିବା କଣ୍ଟେନରରୁ ମନିଟର ଚୋରି ଅଭିଯୋଗର ୫ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ୧୨ ତାରିଖ ରାତିରେ ମନିଟର ବୋଝେଇ ଏକ କଣ୍ଟେନର ମୁମ୍ବାଇରୁ କଲିକତା ଅଭିମୁଖେ ଯାଉଥିଲା । ଏହି ସମୟରେ ବିଶୋଇ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା କଣ୍ଟେନର । ଏହାପରେ କିଛି ଦୁର୍ବୃତ୍ତ ଗାଡ଼ି ଚାଳକଙ୍କୁ ମାଡ଼ ମାରି ମନିଟର ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ କଣ୍ଟେନର ଚାଳକ ବିଶୋଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଥିଲା ।

ଘଟଣାର ୫ଦିନ ପରେ ଆଜି ନୁଆଗାଁ ଗ୍ରାମର ୫ ଜଣଙ୍କୁ ଗିରଫ କରିବା ସହିତ ୩୦ଟି ମନିଟର ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ନୂଆଗାଁ ଗ୍ରାମର ସରୋଜ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ସଞ୍ଜୟ ମହାନ୍ତ, ସୁରେନ୍ଦ୍ର ନାଏକ ଓ ଦୁର୍ଯୋଧନ ନାଏକ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ବିଶୋଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.