ETV Bharat / state

ବହଳଦା ବନାଞ୍ଚଳରେ ସରିଲା ପକ୍ଷୀ ଗଣନା - ଆର୍ଦ୍ରଭୂମି ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ

ବହଳଦା ବନାଞ୍ଚଳ ପକ୍ଷରୁ ଓ୍ବାଟର ବାର୍ଡ ସେନସସ୍‌(water bird census) ବା ଆର୍ଦ୍ରଭୂମି ପକ୍ଷୀ ଗଣନା(bird counting) କାର୍ଯ୍ୟ ସମ୍ପନ୍ନ । ମୟୂରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ପକ୍ଷରୁ ଆର୍ଦ୍ରଭୂମି ପକ୍ଷୀ ଗଣନା ୨୦୨୨ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀଙ୍କ ଦ୍ବାରା ସମ୍ପନ୍ନ ହୋଇଯାଇଛି । ଅଧିକ ପଢନ୍ତୁ

ହଳଦା ବନାଞ୍ଚଳ ପକ୍ଷରୁ ଆର୍ଦ୍ରଭୂମି ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ

author img

By

Published : Jan 9, 2022, 12:42 PM IST

Updated : Jan 9, 2022, 2:58 PM IST

ରାଇରଙ୍ଗପୁର: ବହଳଦା ବନାଞ୍ଚଳ ପକ୍ଷରୁ ଓ୍ବାଟର ବାର୍ଡ ସେନସସ(water bird census) ବା ଆର୍ଦ୍ରଭୂମି ପକ୍ଷୀ ଗଣନା(bird counting) କାର୍ଯ୍ୟ ସମ୍ପନ୍ନ । ମୟୂରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ପକ୍ଷରୁ ଆର୍ଦ୍ରଭୂମି ପକ୍ଷୀ ଗଣନା ୨୦୨୨ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀଙ୍କ ଦ୍ବାରା ସମ୍ପନ୍ନ ହୋଇଯାଇଛି । ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତଙ୍କ ତତ୍ବାବଧାନରେ ରାଇରଙ୍ଗପୁର ବନଖଣ୍ଡ ACF ବୈଦ୍ୟନାଥ ମାଝୀ, ଯାମଦା ଫରେଷ୍ଟର, ତିରିଂ ଫରେଷ୍ଟର ପ୍ରମୁଖ ପୋଖରୀଆ ବନ୍ଧ ଏବଂ ବହଳଦା ଫରେଷ୍ଟର, ଝରାଡିହି ଫରେଷ୍ଟର ପ୍ରମୁଖ ନେସା ବନ୍ଧଠାରେ ପକ୍ଷୀ ଗଣନା କରିଥିଲେ।

ହଳଦା ବନାଞ୍ଚଳ ପକ୍ଷରୁ ଆର୍ଦ୍ରଭୂମି ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ

ତେବେ ଚଳିତ ବର୍ଷ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀ ମଧ୍ୟରୁ ନେସା ବନ୍ଧଠାରେ ୨୨ ପ୍ରଜାତିର ୧୨୯୭ଟି ପକ୍ଷୀ, ପୋଖରୀଆ ବନ୍ଧଠାରେ ୩୦ ପ୍ରଜାତିର ୧୫୦୩ ଟି ପକ୍ଷୀ ଏବଂ ମୋରଣ୍ଡା ପୋଖରୀରେ ୧୧ ପ୍ରଜାତିର ୭୮୪ ଟି ପକ୍ଷୀ ଠାବ କରାଯାଇଥିଲା । ଏଥି ମଧ୍ୟରେ ଲେଜର ହ୍ବିସିଲିଙ୍ଗ ଡକ୍, କୋମନ୍ ଟିଲ୍ ବା ୟୁରେସିଆନ୍ ଟିଲ୍, ରେଡ୍ କ୍ରେସଟେଡ୍ ପୋଚାର୍ଡ, କୋମନ କୁଟ୍ ବା ୟୁରୋପିଆନ୍ କୁଟ୍, ଟଫ୍ଟେଡ୍ ଡକ୍ ଏବଂ ଗ୍ରେଟ୍ କ୍ରେସଟେଡ ଗ୍ରେବ୍ ଇତ୍ୟାଦି ବିଦେଶୀ ପକ୍ଷୀ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jan 9, 2022, 2:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.