ETV Bharat / state

ଚୋରା ବାଇକ ରାକେଟ ପର୍ଦ୍ଦାଫାଶ, ମାଷ୍ଟର ମାଇଣ୍ଡ ସମେତ 3 ଗିରଫ - ଚୋରା ବାଇକ କାରବାରରେ 3 ଗିରଫ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୋଲିସକୁ ବଡ ସଫଳତା । ଚୋରା ବାଇକ ରାକେଟର ପର୍ଦ୍ଦାଫାସ କଲା ପୋଲିସ । ଅଧିକ ପଢନ୍ତୁ...

ଚୋରା ବାଇକ ରାକେଟ ପର୍ଦ୍ଦାଫାସ, ମାଷ୍ଟର ମାଇଣ୍ଡ ସମେତ 3 ଗିରଫ

author img

By

Published : Nov 29, 2020, 8:17 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୋଲିସକୁ ବଡ ସଫଳତା । ପୋଲିସ କବଳରେ ବାଇକ ରାକେଟର ମାଷ୍ଟର ମାଇଣ୍ଡ । ଚୋରା ବାଇକ କାରବାର ଅଭିଯୋଗରେ ବିଶୋଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କିରଛି । ଅଭିଯୁକ୍ତଙ୍କ ନିକଟରୁ ଆଠଟି ଚୋରା ବାଇକ ଜବତ କରାଯାଇଛି ।

ଚୋରା ବାଇକ ରାକେଟ ପର୍ଦ୍ଦାଫାସ, ମାଷ୍ଟର ମାଇଣ୍ଡ ସମେତ 3 ଗିରଫ

ସୂଚନାଯୋଗ୍ୟ, ବିଶୋଇ ଅଞ୍ଚଳର ରଞ୍ଜିତ ନାୟକଙ୍କ ତିନି ମାସ ପୂର୍ବରୁ ଗୋଟିଏ ବାଇକ ଚୋରି ହୋଇଥିଲା । ମାତ୍ର ତିନି ଦିନ ପୂର୍ବରୁ ସେହି ବାଇକକୁ ଦୁଇ ଜଣ ଅଜଣା ଯୁବକ ବ୍ୟବହାର କରୁଥିବା ଦେଖି ସେ ବିଶୋଇ ଥାନାରେ ଜଣାଇଥିଲେ । ଏହାପରେ ଥାନା ଅଧିକାରୀ ଚୋରି ବାଇକକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ତେବେ ବାରିଙ୍ଗପୋଷି ଥାନା ଅନ୍ତର୍ଗତ ପାଣ୍ଡରାବନ୍ଧ ଗ୍ରାମରେ ଶଶୁର ଘରେ ରହୁଥିବା ଗୁରୁ ଚରଣ ଦାସଙ୍କ ପାଖରୁ ସେହି ଦୁଇଜଣ 13 ହଜାର ଟଙ୍କା ଦେଇ କିଣିଥିବା ସ୍ବୀକାର କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ବିଶୋଇ ଥାନା ପୋଲିସ ବାରିଙ୍ଗପୋଷି ପୋଲିସର ସହାୟତାରେ ଚୋରା ବାଇକ ରାକେଟର ମାଷ୍ଟର ମାଇଣ୍ଡ ଗୁରୁଚରଣ ଦାସଙ୍କ ଶଶୁର ଘରେ ପହଞ୍ଚି ତାଙ୍କୁ ଗିରଫ କରିବା ସହ ଆଉ 7 ଟି ଚୋରା ବାଇକ ଜବତ କରିଥିଲେ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୁରୁଚରଣ ଦାସ ଓ ଅନ୍ୟ ଦୁଇ ଅଭିଯୁକ୍ତ ସାଗର ନାୟକ ଓ ସୁଜିତ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.