ETV Bharat / state

ଝରାଫୁଲ ମୃତ୍ୟୁ ରହସ୍ୟ ଉନ୍ମୋଚନ ନେଇ ଭଞ୍ଜସେନାର ଚେତାବନୀ

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାର ସତ୍ୟାସତ୍ୟ 7 ଦିନ ମଧ୍ୟରେ ଉନ୍ମୋଚନ ନେଇ ଚେତାବନୀ ଦେଲା ଭଞ୍ଜସେନା ସଙ୍ଗଠନ । ଅଧିକ ପଢନ୍ତୁ...

ଝରାଫୁଲ ମୃତ୍ୟୁ ରହସ୍ୟ ଉନ୍ମୋଚନ ନେଇ ଭଞ୍ଜସେନାର ଚେତାବନୀ
ଝରାଫୁଲ ମୃତ୍ୟୁ ରହସ୍ୟ ଉନ୍ମୋଚନ ନେଇ ଭଞ୍ଜସେନାର ଚେତାବନୀ
author img

By

Published : Feb 14, 2021, 6:57 PM IST

ରାଇରଙ୍ଗପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ନେଇ ଦାବି କରିଛି ସାମାଜିକ ସଙ୍ଗଠନ ଭଞ୍ଜସେନା । ଏହି ମୃତ୍ୟୁ ଘଟଣାକୁ ଅନେକ ଦିନ ବିତିଗଲାଣି । ହେଲେ ଝରାଫୁଲ ଗାଁକୁ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ନ ଆସିବା ଆଦିବାସୀମାନଙ୍କୁ ସରକାର କୋଉଠି ନା କୋଉଠି ଅଣଦେଖା କରୁଛନ୍ତି ବୋଲି ଭଞ୍ଜସେନା ସଙ୍ଗଠନ ଅଭିଯୋଗ କରିଛି ।

ଝରାଫୁଲ ମୃତ୍ୟୁ ରହସ୍ୟ ଉନ୍ମୋଚନ ନେଇ ଭଞ୍ଜସେନାର ଚେତାବନୀ

ସଙ୍ଗଠନର ସଦସ୍ୟ ରବିବାର ଝରାଫୁଲ ଗାଁ ବୃନ୍ଦେଇପୋଷିକୁ ଆସି ତାଙ୍କ ପରିବାରଙ୍କୁ ଭେଟିବା ସହିତ ପରିବାରବର୍ଗଙ୍କୁ ଅଶ୍ବାସନା ଦେଇଛନ୍ତି । ଝରାଫୁଲ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଏବଂ କର୍ମକର୍ତ୍ତାମାନେ ତାଙ୍କ ବାପା ରମାକାନ୍ତ ନାୟକଙ୍କୁ ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଝରାଫୁଲ ମୃତ୍ୟୁର ରହସ୍ୟ ଉପରୁ ଏ ଯାଏଁ ପରଦା ଉଠିନଥିବାରୁ ରମାକାନ୍ତ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହିତ ଖିଆପିଆ ଛାଡି ଦେଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡିବାରେ ଲାଗିଛି ।

ଛାତ୍ରୀଙ୍କ ଗାଁ ଗସ୍ତ ସମୟରେ ସଙ୍ଗଠନ ତାଙ୍କ ପରିବାରର ଏଭଳି ଦଶା ଦେଖିବା ପରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି । ଆଗାମୀ ୭ଦିନ ମଧ୍ୟରେ ଝରାଫୁଲ ମୃତ୍ୟୁ ରହସ୍ୟ ରାଜ୍ୟ ସରକାର କିମ୍ବା ଯାଜପୁର ପୋଲିସ ଯଦି ଉନ୍ମୋଚନ ନ କରନ୍ତି ତେବେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ କଲେଜ ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ କୌଣସି ବି ନେତା ମନ୍ତ୍ରୀଙ୍କୁ ଜିଲ୍ଲାକୁ ପଶିବାକୁ ଦିଆଯିବନି ବୋଲି ସଙ୍ଗଠନ ଚେତାବନୀ ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.