ETV Bharat / state

Railway Budget 2022: ମୟୂରଭଞ୍ଜକୁ ଅବହେଳା, ପ୍ରତିବାଦ କଲା ଭଞ୍ଜସେନା

author img

By

Published : Feb 12, 2022, 9:55 AM IST

ରେଳ ବଜେଟରେ ଅବହେଳା ନେଇ ଭଞ୍ଜସେନାର ପ୍ରତିବାଦ । ଚଳିତ ବର୍ଷ ରେଳ ବଜେଟରେ ମୟୂରଭଞ୍ଜ ପ୍ରତି ଅବହେଳା କରିଥିବା ନେଇ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

bhanj sena protest in mayurbhanj for negligence in railway budget
ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ଭଞ୍ଜସେନାର ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ରେଳ ବଜେଟରେ ଅବହେଳା ନେଇ ଭଞ୍ଜସେନାର ପ୍ରତିବାଦ। ଚଳିତ ବର୍ଷ ରେଳ ବଜେଟରେ ମୟୂରଭଞ୍ଜ ପ୍ରତି ଅବହେଳା କରିଥିବା ନେଇ ଅଣ ରାଜନୈତିକ ସଙ୍ଗଠନ ଭଞ୍ଜସେନା ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଏହି ପ୍ରତିବାଦରେ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ପ୍ରତି ଅବହେଳା ପ୍ରତିବାଦ ନେଇ ଶତାଧିକ କର୍ମୀ ଏକ ବିଶାଳ ପ୍ରତିବାଦ ଶୋଭାରେ ସାମିଲ ହୋଇଥିଲେ। ରାଇରଙ୍ଗପୁର ମୁର୍ମୁ ଛକରୁ ରାଇରଙ୍ଗପୁର ରେଳଷ୍ଟେସନ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ରାସଗୋବିନ୍ଦପୁର ବ୍ଲକ ନାରଙ୍ଗାବାଜଠାରେ ହାୱଡା-ଚେନ୍ନାଇ ମୁଖ୍ୟ ରେଳପଥ ଏବଂ ଟାଟା-ବାଦାମପାହାଡ଼ ରେଳପଥରେ ମଧ୍ୟ ଭଞ୍ଜସେନା ପକ୍ଷରୁ ହରତାଳ କରାଯାଇଛି ।

ଏହି ପ୍ରତିବାଦରେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ କୋଲକତା ସ୍ଥିତ ଜେନେରାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶାକୁ ରେଳ ବଜେଟରେ ହଜାର ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଥିଲେ ମଧ୍ୟ ବହୁ ବର୍ଷରୁ ଦାବି ହୋଇ ଆସୁଥିବା ଗୋରୁମହିଷାଣିରୁ ବାଙ୍ଗିରିପୋଷି ମାତ୍ର 45 କି.ମି. ରାସ୍ତା ପାଇଁ କୌଣସି ଅନୁଦାନ ଦିଆଯାଉ ନଥିବା ଅଭିଯୋଗ ହେଉଛି।

କିଛି ଦିନ ପୂର୍ବରୁ ଭଞ୍ଜସେନାର କର୍ମୀ ବାଙ୍ଗିରିପୋଷିରୁ ଗୋରୁମହିଷାଣି ପର୍ଯ୍ୟନ୍ତ ପଦଯାତ୍ରା କରି ନିଜର ପ୍ରତିବାଦ ଜଣାଇଥିଲେ । ତେବେ କେନ୍ଦ୍ର ସରକାର ଯଥାଶୀଘ୍ର ଦାବି ପୂରଣ ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଭଞ୍ଜସେନା ପକ୍ଷରୁ କୁହାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା ଓ ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.