ETV Bharat / state

ଲୁଟ୍‌ ଉଦ୍ୟମ ବେଳେ କାବୁ କଲା ପୋଲିସ, ଅନ୍ତଃରାଜ୍ୟ ଲୁଟେରା ଗିରଫ

ବାରିପଦା ଟାଉନ ପୋଲିସକୁ ସଫଳତା । ବାରିପଦା ସହରରେ ଲୁଟ ଉଦ୍ୟମବେଳେ ଲୁଟେରାକୁ ଗିରଫ କଲା ଟାଉନ ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Nov 21, 2022, 12:24 PM IST

Updated : Nov 21, 2022, 1:34 PM IST

baripada town police arrests inter state lootera while attempt to loot
ଲୁଟ ଉଦ୍ୟମ ବେଳେ କାବୁ କଲା ପୋଲିସ, ଅନ୍ତଃରାଜ୍ୟ ଲୁଟେରା ଗିରଫ

ବାରିପଦା: ଲୁଟବେଳେ ଲୁଟେରାକୁ କାବୁ କଲା ପୋଲିସ । ଟାଉନ ପୋଲିସ ଜଣେ ଆନ୍ତଃରାଜ୍ୟ ଲୁଟେରାକୁ ଲୁଟ ଉଦ୍ୟମ ବେଳେ ଗିରଫ କରିଛି । ଅଭିଯୁକ୍ତ ଜଣକ ପଡୋଶୀ ଝାଡ଼ଖଣ୍ଡର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ବନ୍ଧୁକ, ୨ଟି ଗୁଳି ସହ କିଛି ଟଙ୍କା ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗତ କିଛିଦିନ ତଳେ ବାରିପଦା ଟାଉନ ଥାନା ଅନ୍ତର୍ଗତ ଦେଉଳସାହି ଠାରେ ରହୁଥିବା ଜ୍ଞାନ ରଞ୍ଜନ ଶତପଥୀଙ୍କ ଘର କାନ୍ଥ ଡେଇଁ ତାଲା ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିଥିଲା ଅଭିଯୁକ୍ତ ।

ଏହି ସମୟରେ ଅଭିଯୁକ୍ତକୁ ଅଟକାଇବାକୁ ଅନ୍ୟଜଣେ ବ୍ୟକ୍ତି ଯାଇଥିବାବେଳେ ତାଙ୍କୁ ବନ୍ଧୁକ ସାହାଯ୍ୟରେ ହତ୍ୟା ଉଦ୍ୟମ କରିଥିବା ଜ୍ଞାନ ରଞ୍ଜନ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ମୟୂରଭଞ୍ଜ SPଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଅଭିଯୁକ୍ତକୁ ରାଞ୍ଚିରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଲୁଟ ଉଦ୍ୟମ ବେଳେ କାବୁ କଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ: ଅର୍ଚ୍ଚନା ନାଗ ସହ ମୟୁରଭଞ୍ଜ ନେତାଙ୍କ ସମ୍ପୃକ୍ତ ରହିଛି: ବିଜେପି ବିଧାୟକ

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାରିପଦା ସଦର ଏସଡିପିଓ । ଏନେଇ ସେ କହିଛନ୍ତି, "ଗିରଫ ଅଭିଯୁକ୍ତ ପାଖରୁ ଏକ ବନ୍ଧୁକ ୨ଟି ଜୀବନ୍ତ ଗୁଳି ସହ ନଗଦ ୨ ହଜାର ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ଜଣକ ଅନେକ ମାମଲାରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଏହି ଘଟଣାର ତଦନ୍ତ ଜାରି ରହିଛି । ତେବେ ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା କାରଣରୁ ପୋଲିସ ଅଭିଯୁକ୍ତର ନାମ ପ୍ରକାଶ କରିନାହିଁ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Nov 21, 2022, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.