ETV Bharat / state

ଲୁଟ୍, ଛିନତାଇ ଘଟଣାରେ 4 ଜଣଙ୍କୁ ଗିରଫ କଲା ବାରିପଦା ପୋଲିସ - robbery

ବାରିପଦା ଟାଉନ ଥାନା ପୋଲିସକୁ ମିଳିଛି ସଫଳତା । ତିନୋଟି ଭିନ୍ନ ଭିନ୍ନ ଛିନତାଇ ଘଟଣାର ତଦନ୍ତ କରି ବାରିପଦା ପୋଲିସ ଚାରିଜଣ ସୁନା ଚେନ ଲୁଟେରାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଲୁଟ୍, ଛିନତାଇ ଘଟଣାରେ ଚାରି ଜଣଙ୍କୁ ଗିରଫ କଲା ବାରିପଦା ପୋଲିସ

author img

By

Published : Aug 11, 2021, 8:28 AM IST

ବାରିପଦା: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୁଟ୍‌, ଛିନତାଇ ଆଦି ଘଟଣା ବୃଦ୍ଧି ପାଉଥିବାବେଳେ ଏହା ମଧ୍ୟରେ ବାରିପଦା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ତିନୋଟି ଭିନ୍ନ ଭିନ୍ନ ଛିନତାଇ ଘଟଣାର ତଦନ୍ତ କରି ବାରିପଦା ପୋଲିସ ଚାରିଜଣ ସୁନା ଚେନ ଲୁଟେରାଙ୍କୁ ଗିରଫ କରିଛି।

ଲୁଟ୍, ଛିନତାଇ ଘଟଣାରେ ଚାରି ଜଣଙ୍କୁ ଗିରଫ କଲା ବାରିପଦା ପୋଲିସ

ଗତ ଜୁନ ୨୯ ତାରିଖରେ ବାରିପଦା ପାଲବଣି ଅଞ୍ଚଳର ଏକ ଦମ୍ପତି ଜାତୀୟ ରାଜପଥରେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ପଲସରରେ ଆସି ଅଞ୍ଜନା ଗଣାଙ୍କଠାରୁ ସୁନା ଚେନ ଲୁଟି ନେଇଥିଲେ । ତେବେ ଅଞ୍ଜନାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ CCTV ଫୁଟେଜକୁ ନେଇ ଚାରି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସେହିପରି ବାରିପଦା ଟାଉନରୁ ଆଉ ଦୁଇଜଣଙ୍କ ସୁନାଚେନ ଲୁଟ ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଗିରଫ ହୋଇଥିବା ଚାରିଜଣ ଲୁଟେରା ହେଉଛନ୍ତି ବାଲେଶ୍ବର ଜିଲ୍ଲା ହଳଦୀପଦା ଥାନା ଅନ୍ତର୍ଗତ ଗୋବିନ୍ଦା ଗ୍ରାମର ରଞ୍ଜନ ପରିଡା, କୁଣ୍ଢେଇ ଗ୍ରାମର ଦୀପକ ଜେନା ଓ ବସ୍ତା ଥାନା ଅଞ୍ଚର ରାକେଶ ଦାସ, ତରୁଣ କୁମାର ଜେନା । ପୋଲିସ ଏମାନଙ୍କ ଠାରୁ ଗୋଟିଏ ପଲସର ବାଇକ, ଗୋଟିଏ କେଟିଏମ ବାଇକ ସହ ତିନୋଟି ମୋବାଇଲ ଓ ଦୁଇଟି ସୁନା ହାର ସହ ଗୋଟିଏ ହୀରା ଲକେଟ ଜବତ କରିଛି ।

ତେବେ ପୂର୍ବରୁ ଏହି ଛିନତାଇ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ସହ ଏବେ ଗିରଫ ହୋଇଥିବା ଅଙିଯୁକ୍ତଙ୍କର ଲିଙ୍କ ଥିବା ଜଣାପଡିଛି । ଅନ୍ୟପକ୍ଷରେ ମଙ୍ଗଳବାର ଗିରଫ ହୋଇଥିବା ଚାରିଜଣ ଲୁଟେରାଙ୍କର ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଏନେଇ ପୋଲିସ ଏମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.