ETV Bharat / state

ULB Polls: ବାରିପଦାରେ ୨୬ଟି ୱାର୍ଡ ପାଇଁ ୮୨ ବୁଥରେ ଭୋଟ ଗ୍ରହଣ - ବାରିପଦା ପୌର ନିର୍ବାଚନ 2022

ଆଜି (ଗୁରୁବାର) ରାଜ୍ୟରେ ଚାଲିଛି ଭୋଟ ଗ୍ରହଣ । ତେବେ ବାରିପଦା ପୌର ନିର୍ବାଚନରେ ଯେପରି କୌଣସି ଅସୁବିଧା ନହୁଏ ଏଥିପାଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ତା କରିଛନ୍ତି । ଅଧିକ ପଢନ୍ତୁ

ULB Polls: ବାରିପଦାରେ ୨୬ ଟି ୱାର୍ଡ ପାଇଁ ୮୨ ବୁଥରେ ଭୋଟ ଗ୍ରହଣ

author img

By

Published : Mar 24, 2022, 4:59 PM IST

ବାରିପଦା: ରାଜ୍ୟବ୍ୟାପୀ ଆଜି ସକାଳ ୮ଟା ରୁ ପୌର ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ବାରିପଦା ପୌରପରିଷଦ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି । ସହରରେ ୨୮ ୱାର୍ଡ ରହିଥିବା ବେଳେ ୨୬ ୱାର୍ଡରେ ଭୋଟ ପାଇଁ ୮୨ ହଜାର ୨୨୨ ମତଦାତା ନିଜ ନିଜର ମତଦାନ କରୁଛନ୍ତି । ଦୁଇଟି ୱାର୍ଡରେ ୱାର୍ଡ କାଉନସିଲର ପୂର୍ବରୁ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।

ULB Polls: ବାରିପଦାରେ ୨୬ ଟି ୱାର୍ଡ ପାଇଁ ୮୨ ବୁଥରେ ଭୋଟ ଗ୍ରହଣ

ତେବେ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ସାରିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସ.ପି ବୁଥ ଗୁଡିକ ବୁଲି ଦେଖୁଛନ୍ତି । ବାରିପଦା ପୌର ପରିଷଦରେ ପୌରାଧକ୍ଷ ପଦ ପାଇଁ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨୬ ଟି ୱାର୍ଡ ପାଇଁ ମୋଟ ୧୧୨ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ଏହି ମତଦାନ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଜାରି ରହିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.