ETV Bharat / state

ବ୍ୟାଙ୍କ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ, 7 ଗିରଫ - mayubhanj news

ମୟୂରଭଞ୍ଜ ଜିଲ୍ଲା ଯୋଶିପୁର ପୋଲିସର ଉଚିତ୍ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ବିଫଳ କରିଛି । ସାତଜଣକୁ ଗିରଫ କରାଯାଇଥିଲା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ସହ ବୋଲେରୋ ଜବତ କରାଯାଇଛି । ଅଧିକ ପଢନ୍ତୁ...

bank-robbry-planning-by-miscreants-raid-joshipur-police-7-arrested
ବ୍ୟାଙ୍କ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ, ସାତ ଗିରଫ
author img

By

Published : Apr 3, 2020, 4:30 PM IST

ରାଇରଙ୍ଗପୁର: ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ପୋଲିସର ଉଚିତ୍ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଏକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ବିଫଳ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ମାରଣାସ୍ତ୍ର ସହ ବୋଲେରୋ ଜବତ କରାଯାଇଛି ।

ବ୍ୟାଙ୍କ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ପୋଲିସ, ସାତ ଗିରଫ

ସୂଚନା ଅନୁଯାୟୀ ଲକଡାଉନର ସୁଯୋଗ ନେଇ ମୟୂରଭଞ୍ଜ ଜିଲ୍ଲା ଯୋଶିପୁର ଥାନା ଅନ୍ତର୍ଗତ ବକଳା ଗ୍ରାମର ସାତ ଜଣ ଯୁବକ ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନା ଉଦ୍ୟମ କରିଥିଲେ । ସେମାନେ ଗୋଟିଏ ବୋଲେରୋ ଗାଡ଼ିରେ ଯୋଶିପୁର ଥାନା ଅଧୀନ ବୋଲାଣିପୋଷି ଆଶ୍ରମ ସ୍କୁଲ୍ ପଛପଟେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ପ୍ରସ୍ତୁତ ହୋଇ ଭଞ୍ଜକିଆ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଯୋଶିପୁର ପୋଲିସ ଅଚାନକ ଚଢ଼ାଉ କରି ଘଟଣାସ୍ଥଳରୁ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ୨ ଟି ଛୁରୀ, ଲଙ୍କା ଗୁଣ୍ଡ ଦୁଇ ପକେଟ, ଗୋଟିଏ ପ୍ଲାଷ୍ଟିକ ଦଉଡ଼ି, ୨ଟି ମଦ ବୋତଲ, ୭ ଟି ମୋବାଇଲ ଫୋନ ସହ ନଗଦ ୬୨୪୦ ଟଙ୍କା ସହ ବୋଲେରୋ ଗାଡିକୁ ଯଶିପୁର ପୋଲିସ ଜବତ୍ କରିଛି ।

ପଚରାଉଚରା ପରେ ସମସ୍ତ ସାତ ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ସମସ୍ତ ସାତ ଜଣ ଯଶିପୁର ଥାନା ଅଧୀନ ବକଳା ଗ୍ରାମର ଦେବେନ୍ଦ୍ର ରାୟ, ସେକ ଅନାମୁଲ, ସେକ ମେହେମୁଦ ଅଲ୍ଲୀ, ସେକ ସମୀର, ସେକ୍ ମହିରୁଦ୍ଦିନ, ସୈକ ଇଦ ମୁବାରକ, ସୈକ ନାସିର ବୋଲି ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.