ETV Bharat / state

ପୁରୀକୁ ଗଡ଼ିଲା ବାଙ୍ଗିରିପୋଷି -ଭୁବନେଶ୍ୱର ଏକ୍ସପ୍ରେସ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

author img

By

Published : May 15, 2023, 10:55 PM IST

ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନର ଭୁବନେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ । ଅଧିକ ପଢ଼ନ୍ତୁ

bangiriposhi bhubaneswar express extend
ବାଙ୍ଗିରିପୋଷି ଭୁବନେଶ୍ୱର ଏକ୍ସପ୍ରେସର ସମ୍ପ୍ରସାରଣ

ରାଇରଙ୍ଗପୁର: ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନର ଭୁବନେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣର ହେଲା ଶୁଭାରମ୍ଭ । ବୁଢାମରା, କୁଚେଇ ଓ ଜାମଶୋଳ ଷ୍ଟେସନରେ ଟ୍ରେନ ପରୀକ୍ଷା ମୂଳକ ରହଣିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଏଣିକି ସିଧାସଳଖ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ ଅଞ୍ଚଳବାସୀ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢାମରା ରେଳ ଷ୍ଟେସନରେ ବାଙ୍ଗିରିପୋଷି-ଭୁବନେଶ୍ବର ଟ୍ରେନ ରହଣି ଦାବିରେ ରେଳ ବିକାଶ ମଞ୍ଚ ତରଫରୁ ପୂର୍ବରୁ ଅନେକ ଥର ରେଳରୋକ କରାଯାଇଥିଲା । ଫେବ୍ରୁଆରୀ ୨୦୨୨ରୁ ଚାଲିଥିବା ଦୀର୍ଘଦିନର ଦାବି ଆଜି ପୂରଣ ହୋଇଛି । ଲୋକେ ସହଜରେ ବୁଢାମରା ରେଳ ଷ୍ଟେସନରୁ ଭୁବନେଶ୍ବର ଓ ପୁରୀ ଯାଇପାରିବେ । ବାଙ୍ଗିରିପୋଷି-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନର ପରୀକ୍ଷା ମୂଳକ ରହଣିକୁ ସବୁଜ ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀ ବିଶ୍ବଶ୍ବର ଟୁଡୁ ଶୁଭାରମ୍ଭ କରିଛନ୍ତି ।

ଏଠାରେ ପ୍ରକାଶ ଯେ, ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ବର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ଅପରାହ୍ନ ୧୧ଟା ୫ରେ ପହଞ୍ଚି ପୂର୍ବାହ୍ନ ୪ଟା ୨୦ ମିନିଟ ସମୟରେ ଫେରିବ । ସମ୍ପ୍ରସାରିତ ରୁଟ ଖୋର୍ଦ୍ଧା ଓ ସାକ୍ଷୀଗୋପାଳ ଦୁଇଟି ଷ୍ଟେସନରେ ଟ୍ରେନ ରହିବାକୁ ଥିବା ବେଳେ ୬ ମାସ ପରୀକ୍ଷା ମୂଳକ ଭାବେ ପୂର୍ବ ରୁଟର ଜାମଶୋଳ, କୁଚେଇ ଓ ବୁଡାମରା ଷ୍ଟେସନରେ ଏହି ଟ୍ରେନ ଅଟକିବ । ତେବେ ୫ ମାସ ପରେ ଏହି ୩ଟି ଷ୍ଟେସନର ବ୍ୟବସାୟ ସମ୍ପର୍କିତ ତଥ୍ୟକୁ ବିଚାରକୁ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରେଳବିଭାଗ ପକ୍ଷରୁ ସୂଚନା ମିଳିଛି ।

ରେଳ ଷ୍ଟେସନକୁ ଲାଗି ରହିଥିବା ରାଜପଥର ମରାମତି କାର୍ଯ୍ୟ ଓ ଚାକୁଳିଆରୁ ବୁଢ଼ାମରାକୁ ରେଳପଥ ସଂଯୋଗୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, "ବୁଢାମରା ଷ୍ଟେସନଟି ରାଜା ରାଜୁଡା ଅମଳରୁ ଥିବାବେଳେ ଏହି ଷ୍ଟେସନ ଉପରେ ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ ଏବଂ ଓଡ଼ିଶାର ବହୁ ଯାତ୍ରୀ ନିର୍ଭର କରିଥାନ୍ତି । ତେଣୁ ଏଠାରେ ଟ୍ରେନ ରହଣୀ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।" ଏହି କାର୍ଯ୍ୟକ୍ରମରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଏଡିଆରଏମ, ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ଶୁଭାରମ୍ଭର ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲ୍ଲାବାସୀ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସମସ୍ତେ ଖୁସି ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.