ETV Bharat / state

ଆଦିବାସୀଙ୍କ ଅନନ୍ୟ ପର୍ବ 'ବାହାବଙ୍ଗା', ଫଗୁଣ ଫଳ ଖାଇବାକୁ ମିଳିଲା ଅନୁମତି - ବାହାବଙ୍ଗା ପର୍ବ

ପ୍ରକୃତି ସନ୍ତାନଙ୍କ ‘ଦିଶମ ବାହା ପର୍ବ’ । ନାଁ ଟି ଯେମିତି ରୋଚକପୂର୍ଣ୍ଣ ଏହାକୁ ପାଳନ ପଛର କାରଣ ତା ଠୁ ଅଧିକ ମାର୍ମିକ । ତେବେ ଚାଲନ୍ତୁ ଜାଣିବା .. ଏହି ଦିଶମ ବାହା ପର୍ବ ପାଳନର ବିଶେଷତ୍ଵ ?

ଆଦିବାସୀ ଅନନ୍ୟ ପର୍ବ  'ବାହାବଙ୍ଗା' , ଫଗୁଣ ଫଳ ଖାଇବାକୁ ମିଳିଲା ଅନୁମତି

author img

By

Published : Mar 30, 2021, 5:29 PM IST

Updated : Mar 30, 2021, 8:08 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ବିଶୋଇ ବ୍ଲକରେ ଆଦିମ ଜନଜାତି ସାନ୍ତାଳୀ ସଂପ୍ରଦାୟ ପ୍ରତ୍ୟେକ ବର୍ଷ ପରି ଏଥର ପାଳନ କରିଛନ୍ତି “ଦିଶମ ବାହା ପର୍ବ”। କୋରୋନା ସଙ୍କଟ ମଧ୍ୟରେ ସମସ୍ତ କଟକଣା ସହ ଏହାକୁ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରୁ ଆଦିବାସୀ ସଂପ୍ରଦାୟର ଶ୍ରଦ୍ଧାଳୁ ଜାହିରା (ଧର୍ମ ପୀଠ) ଠାରେ ଠାକୁର ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ତେବେ ଏହି ଦିଶମ ବାହା ପର୍ବ ପାଳନ ଏବଂ ଏହି ପର୍ବ ବିଶେଷତ୍ଵ କଣ , ଚାଲନ୍ତୁ ଜାଣିବା ..

ଆଦିବାସୀଙ୍କ ଅନନ୍ୟ ପର୍ବ 'ବାହାବଙ୍ଗା', ଫଗୁଣ ଫଳ ଖାଇବାକୁ ମିଳିଲା ଅନୁମତି

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପାଳନ ହୁଏ ବାର ମାସରେ ତେର ପର୍ବ। ସେଥିମଧ୍ୟରୁ ସାନ୍ତାଳୀ ସଂପ୍ରଦାୟ ର ଦିଶମ ବାହା ପର୍ବ ଅନ୍ୟତମ। ସାନ୍ତାଳ ସମ୍ପ୍ରଦାୟର ଆସ୍ଥା ଓ ବିଶ୍ବାସ ର ପର୍ବ ମଧ୍ୟରୁ ଅନନ୍ୟ ଦିଶମ ବାହା ପର୍ବ। ସାନ୍ତାଳୀ ଭାଷା ରେ “ଦିଶମ ବାହା ପର୍ବ” ର ଅର୍ଥ ହେଉଛି ଅଞ୍ଚଳର ଫୁଲ ବାଙ୍ଗୁଣି ଉତ୍ସବ ବା ଅଞ୍ଚଳର ଫୁଲ ପୁଜା ।

ଜିଲ୍ଲାର ବିଶୋଇ ଠାରେ ଏହି ପର୍ବ ପାଳିତ ହୋଇଛି। ପ୍ରକୃତି ପୂଜକ ସାନ୍ତାଳୀ ସଂପ୍ରଦାୟ ର ଲୋକେ ଫଗୁଣ ମାସର ପୂର୍ଣ୍ଣିମୀ ଦିନ ଏହି ପର୍ବକୁ ପାଳନ କରିଥାନ୍ତି। ବାହା ପର୍ବ ବା ଫୁଲ ପୁଜା ହେଉଛି ସାନ୍ତାଳୀ ସମ୍ପ୍ରଦାୟର ଏକ ବଡ଼ ପର୍ବ। ଫଗୁଣ ମାସରେ ଫଳୁଥିବା ନୂଆ ଫଳ, ଫୁଲ ଓ ପତ୍ର କୁ ଗାଁ ଜାହିରା ( ଧର୍ମ ପୀଠ) ରେ ପୂଜା କରାଯାଏ। ସାନ୍ତାଳୀ ପୂଜାରୀ ଗ୍ରାମର ଜାହିରା ରେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ କଁଅଳ ଶାଳ ଫୁଲକୁ ପୂଜା କରିଥାନ୍ତି। ପୂଜା ପରେ ଶ୍ରଦ୍ଧାଳୁମାନେ ପୂଜାରୀଙ୍କ ଠାରୁ ସେହି ଫୁଲକୁ ଠାକୁରଙ୍କ ଆର୍ଶୀବାଦ ସ୍ବରୂପ ଗ୍ରହଣ କରିଥାନ୍ତି। ମହିଳା ଶ୍ରଦ୍ଧାଳୁମାନେ ପୂଜା ହୋଇଥିବା ଶାଳ ଫୁଲକୁ ମଥାରେ ଖୋଶି ଧାର୍ମିକ ବିଧି ପାଳନ କରୁଥିବା ବେଳେ ପୁରୁଷ ଶ୍ରଦ୍ଧାଳୁମାନେ ମଧ୍ୟ କାନରେ ଲଗାଇଥାନ୍ତି। ପୂଜା ପରେ ଶ୍ରଦ୍ଧାଳୁମାନେ ଏକତ୍ରିତ ବସି ଭୋଗ ଖାଇବାର ଆନନ୍ଦ ଉଠାଇଥାନ୍ତି ।

ଜାହିରା ରେ ପୂଜା କର୍ମ ସମ୍ପନ୍ନ କରି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମାଦଳର ତାଳେ ତାଳେ ପାରମ୍ପରିକ ନୃତ୍ୟ ଗୀତ ରେ ଝୁମି ଉଠି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଜାହିରା ପୀଠରେ ନାଚଗୀତ କରିବା ପରେ ବିଭିନ୍ନ ଛକରେ ପୂଜାରୀଙ୍କ ଗୋଡ଼ ଧୋଇ ସ୍ବାଗତ ଓ ଆର୍ଶିବାଦ ଭିକ୍ଷା କରିଥାନ୍ତି ।

ପରମ୍ପରା ଅନୁଯାୟୀ ପୂଜା ନ ହେବା ପର୍ଯ୍ୟନ୍ତ ସାନ୍ତାଳୀ ସଂପ୍ରଦାୟ ଲୋକମାନଙ୍କ ପାଇଁ ଜଙ୍ଗଲ ପ୍ରବେଶ ଫୁଲ ଫଳ ଓ ଡାଳ ପତ୍ର ଆଦି ତୋଳିବା ଓ ବ୍ୟବହାର କରିବା ନିଷେଧ ହୋଇଥାଏ। ଏହି ପୂଜା ପରେ ହିଁ ସାନ୍ତାଳୀ ଲୋକେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ଫୁଲ,ଫଳ ଓ ପତ୍ର କୁ ଛୁଇଁବା ସହିତ ବ୍ୟବହାର କରିଥାନ୍ତି। ତେବେ ୬୪ ମୌଜା ବିଶିଷ୍ଟ ବିଶୋଇ ପିଢର ମୁଖ୍ୟ ମାଝୀ ବାବା, ପୂଜକ, ମୁଖିଆ, ଗ୍ରାମବାସୀ ଏକତ୍ରିତ ହୋଇ ବିଶୋଇ ସ୍ଥିତ ଦିଶୋମ ଜାହେର ରେ ପାଳନ କରିଛନ୍ତି ଏହି ପର୍ବ। ମୁଖ୍ୟତଃ ସାନ୍ତାଳୀ ସଂପ୍ରଦାୟ ର ଲୋକେ ଜାହିରାରେ ତାଙ୍କ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଆର୍ଶିବାଦ ଗ୍ରହଣ କରିବା ସହିତ ସୁଖ ସମୃଦ୍ଧି କାମନା କରିଥାନ୍ତି । ଚଳିତ ବର୍ଷ କୋରୋନା ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଦିଶୋମ ଜାହେର (ପୂଜା ସ୍ଥଳ) ରେ ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଛି।

କାହିଁ କେଉଁ ଆଦିମ କାଳରୁ ବିଶ୍ବାସ ରହିଆସିଛି କି ଜାହିରା ରେ ଠାକୁରଙ୍କ ଦର୍ଶନ କରି ଯିଏ ଯାହା ମନାସେ ତାହା ପାଏ। ଠାକୁରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ସାନ୍ତାଳୀ ଲୋକେ ଜାହିରା ରେ ମାନସିକ ମଧ୍ୟ ରଖିଥାନ୍ତି। ମନସ୍କାମନା ପୂର୍ଣ୍ଣ ହେଲେ ସେମାନେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି। ଏହି ଧର୍ମ ପୀଠ କୁ ଆସି ଠାକୁରଙ୍କ ଶରଣାଗତ ହେଲେ ରୋଗ ବ୍ୟାଧି ରୁ ମୁକ୍ତି ପାଇବା ସହିତ ଧନଧାନ୍ୟ ଓ ଭୋଗ ଭାଗ୍ୟମୟ ହୁଏ ଜୀବନଚର୍ଯ୍ୟା ବୋଲି ସାନ୍ତାଳୀ ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି।

ଆସ୍ଥା ଓ ବିଶ୍ବାସ ର ପର୍ବ କୁହାଯାଉଥିବା ଏହି ଦିଶମ ବାହା ପର୍ବ କୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ସହକାରେ ପ୍ରତ୍ୟେକ ବର୍ଷ ପାଳନ କରିଥାନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ। ନିଜ ସଂସ୍କୃତି ଓ ପରମ୍ପରା ପ୍ରତି ଏମାନଙ୍କ ଏହି ଅହେତୁକ ଆଦର ଓ ପ୍ରେମ ଆଧୁନିକ ସମାଜ ପ୍ରତି ଏକ ବଡ଼ ଉଦାହରଣ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Last Updated : Mar 30, 2021, 8:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.