ETV Bharat / state

RIଙ୍କୁ ମରଣାନ୍ତକ ଆକ୍ରମଣ, ୬ ମାଫିଆଙ୍କ ନାଁରେ ମାମଲା

author img

By

Published : Aug 5, 2023, 11:07 PM IST

RIଙ୍କୁ ପଥର ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହେଇଛି । ଏନେଇ ୬ ମାଫିଆଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ

RIଙ୍କୁ ମରଣାନ୍ତକ ଆକ୍ରମଣ
RIଙ୍କୁ ମରଣାନ୍ତକ ଆକ୍ରମଣ
RIଙ୍କୁ ମରଣାନ୍ତକ ଆକ୍ରମଣ

ରାଇରଙ୍ଗପୁର: ଆରଆଇଙ୍କୁ ପଥର ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଆରଆଇଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ୬ ଜଣ ପଥର ମାଫିଆଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ତେବେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖୁଣ୍ଟା ତହସିଲ ଅନ୍ତର୍ଗତ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ବେଆଇନ ପଥର କାରବାର ହେଉଥିବାର ଖବର ପାଇ ଆଜି ଭୋରରୁ ଖୁଣ୍ଟା ତହସିଲର ବଡପଥରା ଆରଆଇ ଦୟାନିଧି ରାଉତ ଘଟଣାସ୍ଥଳକୁ ଯାଉଥିଲେ। ସେହି ସମୟରେ ସପଞ୍ଚୁଆ ଫରେଷ୍ଟ ବିଟ୍ ନିକଟରେ ଆରଆଇଙ୍କୁ ପଥର ମାଫିଆମାନେ ଆକ୍ରମଣ କରିଥିଲେ। ଫଳରେ ଆରଆଇଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ସେ ଲହୁଲୁହାଣ ହୋଇଥିଲେ । ଏ ସମ୍ପର୍କରେ ଆରଆଇ ଜଣକ ଖୁଣ୍ଟା ତହସିଲଦାରଙ୍କୁ ଖବର ଦେବାରୁ ତହସିଲଦାର ଅଙ୍କୁର ଅଭିଳାଷ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ଏହାସହିତ ଆହତ ଆରଆଇଙ୍କୁ ଚିକିତ୍ସା ନିମନ୍ତେ ତାଙ୍କୁ ଡୁକୁରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଘଟଣାକୁ ନେଇ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା। ୬ ଜଣ ମାଫିଆ ମରଣାନ୍ତକ ଆକ୍ରମଣ କରିବା ସହିତ ବାଇକ ଓ ମୋବାଇଲ ଛଡେଇ ନେଇଥିବା ଅଭିଯୋଗ କରିଛନ୍ତି ଆରଆଇ। ଅଭିଯୋଗ ପାଇବା ପରେ ଖୁଣ୍ଟା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ପଥର ମାଫିଆମାନେ ହେଲେ ଖୁଣ୍ଟା ଥାନା ଡୁକୁରା ଗ୍ରାମର ଅରବିନ୍ଦ କୁମାର ସାହୁ, ସପଞ୍ଚୁଆ ଗ୍ରାମର ସମୀର ହେମ୍ବ୍ରମ, କୁଶଗଡିଆ ଗ୍ରାମର ଚାନ୍ଦ୍ରାୟ ସୋରେନ ଓ ବିଜୟ କୁମାର ନାଏକ ଏବଂ ଅନ୍ୟ 2 ଜଣଙ୍କ ନାମ ଜାଣି ନଥିବା ଏତଲାରେ ଦର୍ଶାଯାଇଛି। ତେବେ ସମସ୍ତ ଅଭିଯୁକ୍ତ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏହା ବି ପଢନ୍ତୁ...ଆଠଗଡ଼ରେ ମଦ ମାଫିଆଙ୍କ ଆତଙ୍କରାଜ, ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ସୂଚନା ଅନୁସାରେ, ଖୁଣ୍ଟା ତହସିଲ ଅନ୍ତର୍ଗତ ୬ ଟି ଅଞ୍ଚଳରେ ବେଆଇନ ପଥର କାରବାର ହେଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଜୁଲାଇ ୧୭ ତାରିଖରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ଗତ ୧୮ ତାରିଖ ଦିନ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ହେଉଥିବା ଅଭିଯୋଗରେ ରାଜସ୍ବ ବିଭାଗ ଘଟଣାସ୍ଥଳରୁ ଗୋଟିଏ କମ୍ପ୍ରେସର ମେସିନ ଓ ଗୋଟିଏ ହିଟାଚି ମେସିନ ଜବତ କରିଥିଲା। ହେଲେ ଜବତ କରାଯାଇଥିବା 2ଟି ମେସିନକୁ ସେଠାରେ ହିଁ ଛାଡି ଦେଇଆସିଥିଲେ ଦୁବୃର୍ତ୍ତ। ଘଟଣାସ୍ଥଳରେ ୧୪୪ ଧାରା ଜାରି ରହିଥିବାବେଳେ ପୋଲିସ ବିଭାଗର ନୀରବତା ପାଇଁ ଆଜି ପୁଣି ଥରେ ସେହି ଅଞ୍ଚଳରେ ପଥର କାରବାର ହେଉଥିବା ଖବର ପାଇ ଆରଆଇ ଘଟଣାସ୍ଥଳକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.