ETV Bharat / state

ପୋଲିସ ବାଉଳା: ନିର୍ଦ୍ଦୋଷଙ୍କୁ ଜେଲ୍‌ ପଠାଇ ଥାନା ଅଧିକାରୀ ନିଲମ୍ବିତ

କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ବଧୂହତ୍ୟା ନେଇ ସ୍ବାମୀ ଓ ଶ୍ବଶୂରଙ୍କ ଗିରଫ କରିବା ପରେ ବଧୂ ଜୀବନ୍ତ ଉଦ୍ଧାର ଘଟଣା । ନିର୍ଦ୍ଦୋଷଙ୍କ ଗିରଫଦାରୀ ଘଟଣାରେ ଶେଷରେ ନିଲମ୍ବିତ ହୋଇଛଲନ୍ତି ବାଦାନପାହାଡ ଥାନା ପୂର୍ବତନ ଥାନାଧିକାରୀ ଶଶଧର ସେଠୀ ।

author img

By

Published : Aug 30, 2019, 11:14 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲା ବଧୂହତ୍ୟା ନେଇ ସ୍ବାମୀ ଓ ଶ୍ବଶୂରଙ୍କ ଗିରଫ କରିବା ପରେ ବଧୂ ଜୀବନ୍ତ ଉଦ୍ଧାର ଘଟଣା । ଘଟଣାରେ ସ୍ବାମୀ ଓ ଶ୍ବଶୂରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ବାଦାମପାହାଡ ପୋଲିସ । ପରେ କୋର୍ଟରୁ ରାଇରଙ୍ଗପୁର ଉପ କାରାଗାରକୁ ମଧ୍ୟ ପଠାଇଥିଲା ପୋଲିସ । ତେବେ ନିର୍ଦ୍ଦୋଷଙ୍କ ଗିରଫଦାରୀ ଘଟଣାରେ ଶେଷରେ ନିଲମ୍ବିତ ହୋଇଛନ୍ତି ବାଦାନପାହାଡ ଥାନା ପୂର୍ବତନ ଥାନାଧିକାରୀ ଶଶଧର ସେଠୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ପ୍ରକାଶ ଯେ ଜୁଲାଇ 27 ତାରିଖରେ ବାଦାମପାହାଡ ଥାନା ଅଧିକାରୀ ଶଶଧର ସେଠୀ ବଧୂ ରାଇମଣୀଙ୍କୁ ନେଇ କୋର୍ଟ ବୟାନ ରେକର୍ଡ କରାଇଥିଲେ । ଫଳରେ ଜେଲ୍‌ରୁ ରାଇମଣୀଙ୍କ ସ୍ବାମୀ ଓ ଶ୍ବଶୂର 28 ତାରିଖରେ ମୁକୁଳିଥିଲେ । ତେବେ ବିନା ଦୋଷରୁ ରାଇମଣୀଙ୍କ ସ୍ବାମୀ ଓ ଶ୍ବଶୂରଙ୍କୁ ଗିରଫ କରିବାର ପୁରସ୍କାର ସ୍ବରୂପ ଥାନା ଅଧିକାରୀଙ୍କୁ ବାରିପଦା ପୋଲିସ ହେଡ କ୍ବାର୍ଟରକୁ ବଦଳି କରାଯାଇଥିଲା ।

ଏହାପରେ ନୂତନ ଭାବେ ମୟୂରଭଞ୍ଜ ଜିଲ୍ଲାରେ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆରମ୍ଭ ହୋଇଥିଲା ଘଟଣାର ତଦନ୍ତ । ଫଳରେ ବାଦାମପାହାଡ ଥାନାର ପୂର୍ବତନ ଥାନା ଅଧିକାରୀ ଶଶଧର ସେଠୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ରାଇମଣୀ ନାମ୍ନୀ ବଧୂ ଙ୍କ ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷ ସ୍ବାମୀ ଶ୍ବଶୁର ଙ୍କୁ ଗିରଫ କରି ବାଦାମ ପାହାଡ଼ ପୋଲିସ କୋର୍ଟ ଚାଲାଣ କରିଥିଲା ଓ କୋର୍ଟ ରୁ ରାଇରଙ୍ଗପୁର ଉପ କାରାଗାର ପଠାଇ ଦିଆଯାଇଥିଲା। ତେବେ ଗତ ଜୁଲାଇ ମାସ ୧୭ ତାରିଖ ଜୀବିତ ଅବସ୍ଥାରେ ରାଇମଣୀ କୁ ଉଦ୍ଧାର କରିଥିଲେ ବାଦାମପାହାଡ଼ ଥାନା ଅଧିକାରୀ। ଗତ ଜୁଲାଇ ମାସ ୨୭ ତାରିଖ ଶନିବାର ରାତିରେ ବାଦାମପାହାଡ଼ ଥାନା ଅଧିକାରୀ ଶଶଧର ସେଠୀ ରାଇମଣୀକୁ ନେଇ କୋର୍ଟ ରେ ବୟାନ ରେକର୍ଡ କରାଇଥିଲେ ଫଳରେ ଜେଲ୍ ରୁ ରାଇମଣୀ ର ସ୍ବାମୀ ଶ୍ବଶୁର ୨୮ ତାରିଖରେ ଜେଲ ରୁ ମୁକୁଳି ଥିଲେ। ଏ ନେଇ ନିର୍ଦ୍ଦୋଷ ରେ ବାପ ପୁଅ ଜେଲ୍ ରେ ତିନି ମାସ ରହିବା ଘଟଣା ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେମାନଙ୍କର ଦୋଷ ନ ଥାଇ ଜେଲ୍ ପଠାଇବାର ପୁରସ୍କାର ପାଇଥିଲେ ବାଦାମ ପାହାଡ଼ ଥାନା ଅଧିକାରୀ। ତେବେ ସେ ସମୟରେ ପୋଲିସ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବାଦାମପାହାଡ଼ ଥାନା ଅଧୀକାରି ଶଶଧର ସେଠୀ ଙ୍କୁ ବାରିପଦା ପୋଲିସ head Quarter ବଦଳି କରାଯାଇଥିଲା। ନୂତନ ଭାବେ ମୟୁରଭଞ୍ଜ ଜିଲ୍ଲାରେ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମୟୁରଭଞ୍ଜ ଏସପି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଏ ଘଟଣାକୁ ପୋଲିସ ବିଭାଗ ଗୁରୁତର ସହ ନେଇ ବାଦାମପାହାଡ଼ ଥାନାର ପୂର୍ବତନ ଥାନା ଅଧିକାରୀ ଶଶଧର ସେଠୀ ଙ୍କୁ ନିଲମ୍ବିତ କରିଛନ୍ତି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.