ETV Bharat / state

ଚର୍ଚ୍ଚିତ ବାଦାମପାହାଡ଼ ଗଣଦୁଷ୍କର୍ମ ମାମଲା, 9 ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ - ରାଇରଙ୍ଗପରୁ କୋର୍ଟ

ବହୁ ଚର୍ଚ୍ଚିତ ବାଦାମପାହାଡ଼ ଗଣଦୁଷ୍କର୍ମ ମାମଲାରେ ୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ରାଇରଙ୍ଗପୁର କୋର୍ଟ । ଅଧିକ ପଢନ୍ତୁ...

ବହୁ ଚର୍ଚ୍ଚିତ ବାଦାମପାହାଡ଼ ଗଣଦୁଷ୍କର୍ମ ମାମଲା, ନିର୍ଦ୍ଦୋଶରେ ଖଲାସ ୯ ଅଭିଯୁକ୍ତ

author img

By

Published : Sep 3, 2021, 9:06 AM IST

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ବାଦାମପାହାଡ଼ ଗଣଦୁଷ୍କର୍ମ ମାମଲା । ୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ରାଇରଙ୍ଗପୁର କୋର୍ଟ । ପାଞ୍ଚ ବର୍ଷ ପୂର୍ବେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ରେ ଘଟିଥିଲା ଏହି ଗଣଦୁଷ୍କର୍ମ ଘଟଣା ।

ଉକ୍ତ ଘଟଣାରେ ନଅ ଜଣ ଅଭିଯୁକ୍ତକୁ ବାଦାମପାହାଡ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଗତକାଲି (ଗୁରୁବାର) ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଅଭାବରୁ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଅକ୍ଟୋବର ମାସ ୧୨ ତାରିଖ ରାତିରେ ବାଦାମପାହାଡ଼ରେ ଅନୁଷ୍ଠିତ ହୋଇଥିବା ଦୁର୍ଗାପୂଜା ଯାତ୍ରାରୁ ଜଣେ ବାଳିକାକୁ ଅପହରଣ କରି ଗଣଦୁଷ୍କର୍ମ ହୋଇଥିଲା । ପରିବାର ଲୋକଙ୍କ ପକ୍ଷରୁ ଏ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗରେ ବାଦାମପାହାଡ ଅଞ୍ଚଳର ଆଠ ଜଣ ଓ ଜାମଦା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା ।

ତେବେ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ଉକ୍ତ ମକଦ୍ଦମାକୁ ବରିଷ୍ଠ ଓକିଲ ରାମ ଚନ୍ଦ୍ର ସାହୁ ଓ ଇନ୍ଦ୍ରଜିତ ସେନଗୁପ୍ତା ପରିଚାଳନା କରୁଥିଲେ ।

ମୟୂରଭଞ୍ଜ ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.