ETV Bharat / state

ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

author img

By

Published : Feb 14, 2021, 8:32 AM IST

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ
ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର: ଜଙ୍ଗଲ ସମ୍ପଦ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀଠାରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ରାଇରଙ୍ଗପୁର ବନଖଣ୍ଡ ଦ୍ବାରା ଆୟୋଜିତ ଏହି ସଚେତନା କାର୍ଯ୍ୟକ୍ରମରେ ଗୋରୁମହିଷାଣି ସ୍ଥିତ ଆଇରନ କଲେଜରୁ ଏକ ଶୋଭାଯାତ୍ରାରେ ବାହାରି କୁଳେଇଶିଳା ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଜଙ୍ଗଲ ସୁରକ୍ଷାକୁ ନେଇ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଗୋରୁମହିଷାଣି ଅଞ୍ଚଳ ପରିକ୍ରମା କରିଥିଲେ। ନିଆଁ ଦାଉରୁ କିପରି ଜଙ୍ଗଲକୁ ରକ୍ଷା କରାଯିବ ସେ ନେଇ ଲୋକଙ୍କୁ ସଚେତନ କରିଥିଲେ ।

ପରିବେଶବିତ ଲଳିତ ମହାନ୍ତ, ଏସିଏଫ, ରେଞ୍ଜ ଅଫିସର, ଖଣି ପ୍ରବନ୍ଧକ ପ୍ରଭୃତି ଛାତ୍ରଛାତ୍ରୀଙ୍କୁ ନିଜ ଗାଁ ସାହିର ଲୋକଙ୍କୁ କିପରି ସଚେତନ କରାଯାଇ ପାରିବ ସେ ନେଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଆୟୋଜିତ ଏହି ସଚେତନା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଜଙ୍ଗଲ ବିଭାଗର ପଦାଧିକାରୀ ପ୍ରଭୃତି ଯୋଗ ଦେଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.