ETV Bharat / state

ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ, ବାରିପଦା ବିଧାୟକ ଓ ସହଯୋଗୀ ଥାନାରେ ଅଟକ

author img

By

Published : Sep 4, 2020, 3:41 PM IST

ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ ଆଣିଲେ ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ଏନେଇ ଆହତ ଯନ୍ତ୍ରୀ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବିଧାୟକ ଏବଂ ତାଙ୍କ ସମର୍ଥକଙ୍କୁ ଥାନାରେ ଅଟକ ରଖାଯିବା ସହ ଜିଲ୍ଲାର ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଅଧିକ ତଦନ୍ତ ଜାରି ରହିଛି ।

ITDAର  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ

ବାରିପଦା: ବାରିପଦା ବିଧାୟକ ଏବଂ ସମର୍ଥକଙ୍କ ଆକ୍ରମଣର ଶିକାର ହେଲେ ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ । ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ ଆଣିଲେ ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା ।

ITDAର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ, ବାରିପଦା ବିଧାୟକ ଓ ସହଯୋଗୀ ଥାନାରେ ଅଟକ

ଅଭିଯୋଗ ଅନୁଯାୟୀ, ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନାଙ୍କୁ ଡକାଇଥିଲେ । ହେଲେ ନିର୍ବାହୀ ଯନ୍ତ୍ରୀ ଫିଲ୍ଡ କାର୍ଯ୍ୟରେ ଥିବା ଯୋଗୁଁ ବିଧାୟକଙ୍କୁ ଦିନ ବେଳେ ଦେଖା କରିପାରିନଥିଲେ । ସନ୍ଧ୍ୟାରେ ସେ କାର୍ଯ୍ୟରୁ ଫେରିବା ପରେ ବିଧାୟକଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସ୍ କୁ ଆସିଥିଲେ ।

ସେଠାରେ ବିଧାୟକ ତାଙ୍କ ସମର୍ଥକଙ୍କୁ କ' ଣ ପାଇଁ କାମ ମିଳୁ ନାହିଁ ବୋଲି ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେତେ କାକୁତି ମିନତୀ ହେଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକ ଏବଂ ତାଙ୍କର ଅନ୍ୟ 3 ସମର୍ଥକ ସହ ଯନ୍ତ୍ରୀ ଜେନାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ରାତି ୮.୩୦ ରେ ସେଠାରୁ ତାଙ୍କୁ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ । ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ ହେଉଥିବା ସେ କହିଛନ୍ତି ।

ଏନେଇ ଆହତ ଯନ୍ତ୍ରୀ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ବାରିପଦା ବିଧାୟକ ଅସ୍ବୀକାର କରିଛନ୍ତି । ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ସହଯୋଗୀ ପ୍ରଶାନ୍ତ ବେହେରାଙ୍କୁ ବାରିପଦା ଟାଉନ ଥାନାରେ ଅଟକ ରଖିବା ସହ ଜିଲ୍ଲାର ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାରିପଦା ଟାଉନ ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ପ୍ରତିବାଦରେ ଥାନା ଆଗରେ ବିଜେପି କର୍ମୀ ଧାରଣା ଦେଇଥିବା ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.