ETV Bharat / state

କୋରୋନା କାଳରେ କଥା କହୁଛି କାନ୍ଥ, କର୍ମମୟ ଜୀବନକୁ ଫେରିଲେ ଚିତ୍ରକର - ଚିତ୍ରଶିଳ୍ପୀଙ୍କ ଫେରିଲା ଜୀବିକା

କୋରୋନା କଟକଣାରେ ରୋଜଗାର ହରାଇଥିବା ଚିତ୍ରକର ଫେରି ପାଇଛନ୍ତି ନିଜ ଜୀବିକା । ସରକାରଙ୍କ ସ୍ୱତନ୍ତ୍ର ଯୋଜନାରେ ସାମିଲ ହୋଇ ହୋଇପାରିଛନ୍ତି ରୋଜଗାର କ୍ଷମ । ସରକାରୀ କାନ୍ଥରେ ବିଭିନ୍ନ ସଚେତନତା ବାର୍ତ୍ତା ସହ କଳା ଓ ସଂସ୍କୃତି ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ। ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ....

ଚିତ୍ରଶିଳ୍ପୀଙ୍କ ମୁହିଁରେ ଫୁଟିଲା ହସ, ଫେରିଲା ଜୀବିକା

author img

By

Published : Sep 2, 2020, 6:00 PM IST

ବାରିପଦା: ପୁଣି ଥରେ କହି ଉଠିଛି ଚିତ୍ରକରଙ୍କ ତୂଳୀ । କୋରୋନା କଟକଣାରେ କାନ୍ଥ ବାଡରେ ଶୋଭା ପାଉଛି ସୁନ୍ଦର ଜୀବନ୍ତ କଳାକୃତି । କେଉଁଠି କୋରୋନା ସଚେତନତା ତ ଆଉ କେଉଁଠି ସଂସ୍କୃତିର ଅନନ୍ୟ ଛାପ । କେତେବେଳେ ଜାତିବର୍ଣ୍ଣ ନିର୍ବିଶେଷରେ ଭାରତୀୟ ବୋଲି ପ୍ରତିପାଦିତ କରୁଛି ଚିତ୍ରକର ଙ୍କ କାରୁକାର୍ଯ୍ୟ । କୋରୋନା ଚକ୍ରରେ ପଡି ଜୀବିକା ହରାଇ ଥିବା ଚିତ୍ରଶିଳ୍ପୀ, ସରକାରୀ କାନ୍ଥବାଡରେ ଚିତ୍ର କରି ନିଜ ଜୀବିକା ଫେରିପାଇଛନ୍ତି । ଦୀର୍ଘ 5 ମାସ ଧରି ହାତ ବାନ୍ଧି ବସିଥିବା ଚିତ୍ରକର ପୁଣି ଥର ତୂଳୀ ଧରିଛି । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପୌର ପରିଷଦର ବିଭିନ୍ନ ସରକାରୀ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ରୋଜଗାର କରୁଛନ୍ତି ଚିତ୍ରଶିଳ୍ପୀ ।

କୋରୋନା କାଳରେ କଥା କହୁଛି କାନ୍ଥ, କର୍ମମୟ ଜୀବନକୁ ଫେରିଲେ ଚିତ୍ରକର

ଲକଡାଉନ ସମୟରେ ସହରାଞ୍ଚଳର ଚିତ୍ରଶିଳ୍ପୀ , ଦିନ ମଜୁରିଆଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଦେବାକୁ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା । ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି ବାରିପଦା ସହରରେ । ରାଜ୍ୟ ସରକାରଙ୍କ UWEI ଯୋଜନାରେ ବାରିପଦା ପୌର ପରିଷଦ ର ୨୮ ଟି ୱାର୍ଡ ପାଇଁ ମୋଟ ଏକ କୋଟି ୩୭ ଲକ୍ଷ ୨୦ ହଜାର ଟଙ୍କା ଆସିଥିଲା । ସେହି ଯୋଜନା ମାଧ୍ୟମ ରେ ସମସ୍ତଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ବାରିପଦା ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ।

କୋରୋନା କଟକଣା ସମୟରେ ସରକାରଙ୍କ ଏଇ ଯୋଜନା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ଏଠାରେ ଥିବା ଚିତ୍ରଶିଳ୍ପୀଙ୍କୁ ରୋଜଗାର ଯୋଗାଇ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.