ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ବାଘଡାରୋଡରେ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଗାନ୍ଧୀ ଭିଜନ କେନ୍ଦ୍ର ଖୋଲାଯାଇଛି । ଏଠାରେ ମାଗଣାରେ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯିବ ।
ମହାତ୍ମା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା ପ୍ରତିଷ୍ଠାନ ତରଫରୁ ବାରିପଦାରେ ଗାନ୍ଧୀ ଭିଜନର ଆଉ ଏକ ଶାଖା ଖୋଲା ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ବରିଷ୍ଠ ସମାଜସେବୀ ବିରଜା ଦେବୀ । ଏହି କେନ୍ଦ୍ରରେ ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଦ୍ବାରା ମାଗଣାରେ ଚକ୍ଷୁ ପରୀକ୍ଷା କରାଯିବାର ଲକ୍ଷ୍ୟ ରହିଛି। ଏହି ଉଦଘାଟନୀ ଉତ୍ସବରେ ଅନ୍ତର୍ଦ୍ବୟ ଚେତନା ମଣ୍ଡଳୀର ପ୍ରତିଷ୍ଠାତା ଆଦିତ୍ୟ ପଟ୍ଟନାୟକଙ୍କ ସହ ବାରିପଦା ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ସମଗ୍ର ଜିଲ୍ଲାର ୨୬ଟି ବ୍ଲକରେ ଏହି କେନ୍ଦ୍ର ସ୍ଥାପନର ଲକ୍ଷ୍ୟ ଥିବା କେନ୍ଦ୍ରର ପରିଚାଳକ କହିଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ