ETV Bharat / state

କାର୍ଯ୍ୟରତ ଏ.ଏନ.ଏମ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା - ମୟୁରଭଞ୍ଜ କୋଭିଡ ସେଣ୍ଟର

ମୟୂରଭଞ୍ଜ କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟରତ ଏ.ଏନ.ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ । ନିଯୁକ୍ତି ସହ ବକେୟା ଦରମା ଦେବାକୁ ହୋଇଛି ଦାବି । ଅଧିକ ପଢନ୍ତୁ..

କାର୍ଯ୍ୟରତ ଏ.ଏନ.ଏମ ସ୍ବାସ୍ଥ କର୍ମୀଙ୍କ ଧାରଣା

author img

By

Published : Nov 18, 2020, 8:21 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟରତ ଏଏନଏମ୍ କର୍ମୀଙ୍କ ଛଟେଇ । ଏହାର ପ୍ରତିବାଦରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।

କାର୍ଯ୍ୟରତ ଏ.ଏନ.ଏମ ସ୍ବାସ୍ଥ କର୍ମୀଙ୍କ ଧାରଣା
ଜିଲ୍ଲାର ବିଭିନ୍ନ କୋଭିଡ଼ କେୟାର ହୋମରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଥିବା ୪୦୨ ଜଣ ଏଏନଏମ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସରକାରଙ୍କ ନିଯୁକ୍ତି ଅନୁଯାୟୀ ସେମାନଙ୍କୁ ଜିଲ୍ଲାର ଥିବା ବିଭିନ୍ନ କୋଭିଡ କେୟାର ହୋମରେ ୩ ମାସ ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯାଇଥିଲା।

ସରକାରଙ୍କ ପକ୍ଷରୁ ଜିଲ୍ଲାରେ ସମସ୍ତ କୋଭିଡ଼ କେୟାର ହୋମ ବନ୍ଦ ନିଷ୍ପତ୍ତି ପରେ ସେମାନଙ୍କୁ ଡ୍ୟୁଟି ଆସିବା ପାଇଁ ମନା କରାଯାଇଛି । ଏହାର ପ୍ରତିବାଦ କରି ପୁନଃ ନିଯୁକ୍ତି ଦାବି ଏବଂ ବକେୟା ଦରମା ଦାବିରେ ଶତାଧିକ ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ଜିଲ୍ଲା ମୁଖ୍ୟ ଜନ ସ୍ଵାସ୍ଥ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.