ETV Bharat / state

ଶିମିଳିପାଳରୁ ଅଚିହ୍ନା ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ - ଶିମିଳିପାଳ ଖବର

ଶିମିଳିପାଳ ଅଭୟାରଣ୍ୟରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଶିମିଳିପାଳରୁ ଅଚିହ୍ନା ମୃତଦେହ ଉଦ୍ଧାର
ଶିମିଳିପାଳରୁ ଅଚିହ୍ନା ମୃତଦେହ ଉଦ୍ଧାର
author img

By

Published : Jun 30, 2023, 8:46 AM IST

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଭୟାରଣ୍ୟର କଚୁଦହନ ସେକ୍ସନ ଅନ୍ତର୍ଗତ କୋର ଅଞ୍ଚଳରୁ ମୃତଦେହଟି ଉଦ୍ଧାର କରାଯାଇଛି । ତେବେ ମୃତକ କିଏ ଏବଂ ତାଙ୍କର କେମିତି ମୃତ୍ୟୁ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ବନ ବିଭାଗର ସୂଚନା କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, ଶିମିଳିପାଳର ପିଠାବଟା ସାଉଥ ରେଞ୍ଜ ଅନ୍ତର୍ଗତ କଚୁଦହନ ସେକ୍ସନର କୋର ଅଞ୍ଚଳରେ ବନ ବିଭାଗର କିଛି କର୍ମଚାରୀ ଗୋଟିଏ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତଦେହ ମୁହଁ ମାଡି ପଡ଼ିଥିବା ଦେଖି ବନ ବିଭାଗ କର୍ମଚାରୀମାନେ ପିଠାବଟା ସାଉଥ ରେଞ୍ଜର ରେଞ୍ଜର ଜ୍ୟୋତି ରଞ୍ଜନ ସେନାପତିଙ୍କୁ ଖବର ଦେଇଥିଲେ । ଖବର ପାଇ ରେଞ୍ଜର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶିମିଳିପାଳ ଅଭୟାରଣ୍ୟର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଖବର ପାଇବା ସଙ୍ଗେ ସଙ୍ଗେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡା ପ୍ରକାଶ ଚାନ୍ଦ ଗୋଗିନେନି ସେଠାରେ ପହଞ୍ଚିଥିଲେ ।

ଯେହେତୁ ବିଗତ ଦିନରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି, ସେନେଇ ଏହି ଘଟଣାକୁ ବନ ବିଭାଗ ପକ୍ଷରୁ ଗୁରୁତର ସହ ଗ୍ରହଣ କରାଯାଇ ତଦନ୍ତ କରାଯାଇଥିଲା । ପରେ ଅଧିକ ତଦନ୍ତ ପାଇଁ ବଡ଼ସାହି ଥାନା ପୋଲିସକୁ ଖବର ଦିଆଯାଇଥିଲା । ବଡ଼ସାହି ଥାନା ଅଧିକାରୀ ସଞ୍ଜୟ ପରିଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ଅଣାଯାଇଥିଲା । ତେବେ ମୃତକ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଏହାମଧ୍ୟ ପଢନ୍ତୁ: ଝାରପଡା ଗୁଳିମାଡ଼ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ମୃତକଙ୍କ ବୟସ ପ୍ରାୟ ୫୫ ବର୍ଷ ହୋଇଥିବା ବନ ବିଭାଗର ବରିଷ୍ଠ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ଅନୁମାନ କରୁଛନ୍ତି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହାତୀ ଆକ୍ରମଣରେ ଅଜଣା ବ୍ୟକ୍ତି ଜଣକ ପ୍ରାଣ ହରାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ହେଲେ ମୃତକ ଶିମିଳିପାଳ କୋର ଅଞ୍ଚଳକୁ କାହିଁକି ଆସିଥିଲେ ? କ'ଣ ରହିଛି ମୃତ୍ୟୁର କାରଣ ? ଏନେଇ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ଉଭୟ ବନବିଭାଗ ଓ ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.