ରାଇରଙ୍ଗପୁର: ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପୋଡ଼ାଗଡ଼ ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁତୁରା ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ପୋଡ଼ାଗଡ଼ ଗାଁରେ ୭୫ ବର୍ଷୀୟା ଚମ୍ପାବତୀ ହେମ୍ବ୍ରମ ନାମକ ଜନୈକା ବୃଦ୍ଧାଙ୍କୁ ପଥରରେ ଛେଚିଛେଚି ହତ୍ୟା କରାଯାଇଥିଲା । ଗତ ଜୁନ୍ ୧୭ ତାରିଖରେ ଏହି ହତ୍ୟାକାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ଘଟଣାରେ ଯଶିପୁର ଥାନା ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଜମିଜମା ବିବାଦକୁ ନେଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ କରିଛନ୍ତି । ତିନି ଅଭିଯୁକ୍ତ ଏହାକୁ ନେଇ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ମୃତକଙ୍କ ପୁତୁରା କାନ୍ଦରା ହେମ୍ବ୍ରମ ଓ ତାଙ୍କ ସହଯୋଗୀ ମଙ୍ଗଲ ହାଁସଦା ଏବଂ ଅନ୍ୟ ଜଣେ ସହଯୋଗୀ ହାଣ୍ଡିପୁହାଁଣ ଗାଁର ଜଗନ୍ନାଥ ଟୁଡୁ ବୋଲି ପୋଲିସ କହିଛି । ଅଭିଯୁକ୍ତଙ୍କୁ ଯଶିପୁର ଥାନା ପୋଲିସ ଆଜି କରଞ୍ଜିଆ କୋର୍ଟ ଚାଲାଣ କରିଛି ।