ETV Bharat / state

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଗିରଫ - old women attacked in tindra

ଡାହାଣୀ ସନ୍ଦେହରେ ଜନୈକ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଟିନ୍ଦ୍ରା ଗ୍ରାମର ଢ଼ିପାସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଅଧିକ ପଢ଼ନ୍ତୁ...

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଗିରଫ

author img

By

Published : Jul 13, 2021, 9:00 PM IST

ରାଇରଙ୍ଗପୁର: ଡାହାଣୀ ସନ୍ଦେହରେ ଜନୈକ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଟିନ୍ଦ୍ରା ଗ୍ରାମର ଢ଼ିପାସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଟିନ୍ଦ୍ରା ଗ୍ରାମର ବର୍ଜୁ ତିରିଆଙ୍କ ଗୋଟିଏ ଦିନ ବ୍ୟବଧାନରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ପାଲୋ ସିଂଙ୍କୁ ନାମକ ଜନୈକ ବୃଦ୍ଧା ଡାହାଣୀ ବିଦ୍ୟା ପ୍ରୟୋଗ କରି ଦୁହିଁଙ୍କୁ ହତ୍ୟା କରିଥିବା ସନ୍ଦେହ କରିଥିଲେ ବର୍ଜୁ ତିରିଆ ।

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଖଣ୍ଡାରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଏକ ସପ୍ତାହ ପୂର୍ବରୁ ବର୍ଜୁ ତିରିଆଙ୍କ ଦୁଇ ସନ୍ତାନଙ୍କ ଅକାଳ ବିୟୋଗ ହୋଇଥିଲାଚ । ସେହି ଗାଁର ପାଲୋ ସିଂଙ୍କୁ ନାମକ ଜନୈକ ବୃଦ୍ଧା ଡାହାଣୀ ବିଦ୍ୟା ପ୍ରୟୋଗ କରି ଦୁଇ ସନ୍ତାନଙ୍କୁ ମାରି ଦେଇଥିବା ନେଇ ବର୍ଜୁ ମନରେ ସନ୍ଦେହ ହୋଇଥିଲା । ଏହି ସନ୍ଦେହରୁ ପାଲ ସିଂଙ୍କ ଓ ତାଙ୍କ ସ୍ବାମୀ ଅଙ୍କୁରା ସିଂ ଘର ବାରଣ୍ଡାରେ ବସିଥିବାବେଳେ ବର୍ଜୁ ଏକ ଖଣ୍ଡାରେ ପାଲୋ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ।

ଏହାପରେ ଘଟଣାସ୍ଥଳରୁ ଖସି ପଳାଇଥିଲା ବର୍ଜୁ ତିରିଆ । ତେବେ ପାଲୋଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଜାମଦା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତ ବର୍ଜୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.