ETV Bharat / state

ଗୁରୁତର ରୋଗୀକୁ 3 କିମି ବୋହି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ - ରୋଗୀକୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ରୋଗୀକୁ ବୋହି ପୁଣି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉପାନ୍ତ ଅଞ୍ଚଳରୁ । ଅଧିକ ପଢନ୍ତୁ...

ରୋଗୀକୁ ବୋହି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

author img

By

Published : Mar 13, 2021, 7:57 PM IST

ରାଇରଙ୍ଗପୁର: ରୋଗୀକୁ ବୋହି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉପାନ୍ତ ଅଞ୍ଚଳରୁ ।

ରୋଗୀକୁ ବୋହି ମାନବିକତାର ପରିଚୟ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

ଯଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମପଞ୍ଚାୟତ କୁଆଁରବିଲ ଗ୍ରାମର ତୁଳସୀ ମହାକୁଡ଼ ନାମକ ଜନୈକ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସକୁ କଲ୍ କରାଯାଇଥିଲା। ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁ ଠାରୁ ୨.୫ କିଲୋମିଟର ଦୂରରେ ଅଟକି ଯାଇଥିଲା।

ସେଠାରେ ଯୋଗାଯୋଗର କୌଣସି ସୁବିଧା ନଥିବାରୁ EMT ମନୋଜ କୁମାର ମହାନ୍ତ, ହେଲପର କାର୍ତ୍ତିକ ମହାନ୍ତ ଏବଂ ଡ୍ରାଇଭର ମଗୁଳୁରାମ ମହାନ୍ତ ଷ୍ଟ୍ରେଚର ଧରି ରୋଗୀଙ୍କ ଗାଁ କୁଆଁରୀବିଲକୁ ବାହାରି ଯାଇଥିଲେ ।

ସେଠାରୁ ଗ୍ରାମବାସୀ ଏବଂ ପରିବାରର ସହାୟତାରେ ୨ ରୁ ୩ କିଲୋମିଟର ପର୍ଯ୍ୟନ୍ତ ଗୁରୁତର ରୋଗୀକୁ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ଏପରି ମହତ କାର୍ଯ୍ୟ ଆମ୍ବୁଲାନ୍ସ କର୍ମଚାରୀମାନେ କରିଥିବାରୁ ଗୁରୁତର ରୋଗୀର ଜୀବନ ବଞ୍ଚିଯାଇଛି । ଗୁରୁତର ରୋଗୀ ତୁଳସୀର ଚିକିତ୍ସା ଜଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ଜଣାପଡ଼ିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.