ETV Bharat / state

ଗର୍ଭବତୀଙ୍କୁ ଅଧାବାଟରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

author img

By ETV Bharat Odisha Team

Published : Nov 3, 2023, 12:12 PM IST

ଟଙ୍କା ନଦେବାରୁ ଗର୍ଭବତୀଙ୍କୁ ରାସ୍ତାରେ ଓହ୍ଳାଇ ଦେଲା ଆମ୍ବୁଲାନ୍ସ ଚାଳକ । ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଲେ ସିଡ଼ିଏମଓ । ଅଧିକ ପଢନ୍ତୁ

ambulance driver abandoned a pregnant woman

ରାଇରଙ୍ଗପୁର: ମାନବିକତା ଭୁଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର । ରାତି ଅଧରେ ରାସ୍ତା ମଝିରେ ଗର୍ଭବତୀ ମହିଳାଙ୍କୁ ଗାଡିରୁ ଓହ୍ଳାଇ ଦେଇ ଚାଲିଗଲେ । ଶେଷରେ ଅଟୋ ଭଡା କରି ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବ୍ଲକ ଅଞ୍ଚଳରେ । ଭଡା ଟଙ୍କା ନଦେବାରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ସ୍ଥାନୀୟ ଆଶାକର୍ମୀ ଓ ଜଣେ ଗର୍ଭବତୀ ମହିଳାଙ୍କୁ ରାତିରେ ଶୂନଶାନ ରାସ୍ତାରେ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ବାରିପଦା ସିଡ଼ିଏମଓ ଡ଼ ରୂପଭାନୁ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ପତ୍ର ଯୋଗେ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ବାରିପଦା ବ୍ଲକ ଗୁଞ୍ଜୁସାହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପିଆରଏମ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ଆସି ପହଞ୍ଚିବା ପରେ ସ୍ଥାନୀୟ ଆଶାକର୍ମୀ ଓ ଗର୍ଭବତୀ ମହିଳା ଜଣଙ୍କ ଡାକ୍ତରଖାନା ବାହାରିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ରାତି ପ୍ରାୟ ୧୦ଟା ସମୟରେ ଅଧା ରାସ୍ତାରେ ଆମ୍ବୁଲାନ୍ସ ଡ଼୍ରାଇଭର ଜଣକ ଭଡ଼ା ଟଙ୍କା ମାଗିଥିଲେ । ଏଥିପାଇଁ କୌଣସି ନିୟମ ନଥିବାରୁ ଆଶାକର୍ମୀ ଜଣକ ଆମ୍ବୁଲାନ୍ସ ଡ୍ରାଇଭରକୁ ଟଙ୍କା ଦେବାକୁ ମନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜଳଭଣ୍ଡାରରେ ଜନନୀ ଯନ୍ତ୍ରଣା, ଖଟିଆରେ ବୁହାହେଲେ ଗର୍ଭବତୀ

ଫଳରେ ଡ୍ରାଇଭର ଜଣକ ରାଗି ଯାଇ ଆଶାକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଓ ଗର୍ଭବତୀ ମହିଳାଙ୍କୁ ରାତି ଅଧରେ ଜାମ୍ବିରଡ଼ିହା ଛକରେ ଆମ୍ବୁଲାନ୍ସରୁ ଓହ୍ଲାଇ ଦେଇ ସେଠାରୁ ପଳାଇ ଯାଇଥିଲେ । ସେହି ସମୟରେ ଗର୍ଭବତୀ ମହିଳାଙ୍କ ଅସହ୍ୟ ଯନ୍ତ୍ରଣା ଦେଖି ଆଶାକର୍ମୀ ଜଣକ ଏକ ଅଟୋ ଭଡ଼ା କରି ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ଆଣିଥିଲେ । ଉକ୍ତ ଘଟଣାକୁ ନେଇ ବୁଧବାର ଆଶାକର୍ମୀ ଜଣକ ବାରିପଦା ମେଡିକାଲ ସିଡିଏମଓଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଉକ୍ତ ଘଟଣାରେ ତଦନ୍ତ କରିବାକୁ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରୂପଭାନୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏହା ମଧ୍ୟ ପଢନ୍ତୁ-ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର, ଗର୍ଭବତୀଙ୍କୁ କାନ୍ଧରେ 8କିମି ବୋହି ଡାକ୍ତରଖାନାରେ ପହଞ୍ଚାଇଲେ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.