ETV Bharat / state

ଆଦିବାସୀ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ - ନାବାଳିକା ଦୁଷ୍କର୍ମ ଅଭିଯୋଗ

ପୁଣି ଲଜ୍ଜା । ମୟୂରଭଞ୍ଜ ଅଞ୍ଚଳରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଆଦିବାସୀ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

author img

By

Published : Aug 1, 2021, 5:49 PM IST

ବାରିପଦା: ମୟୂରଭଞ୍ଜ ଅଞ୍ଚଳରେ ପୁଣି ଲଜ୍ଜା । ମୋରଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ମୋରଡା ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ଆଦିବାସୀ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଏହି ଘଟଣାରେ ଅଭିଯୋଗ ହେବା ମାତ୍ରେ ସଙ୍ଗେ ସଙ୍ଗେ ମୋରଡା ପୋଲିସ ଅଭିଯୁକ୍ତକୁ ଗିରଫ ପାଇଁ ଛାନଭିନ ଆରମ୍ଭ କରିଥିଲା । ମୋରଡ଼ା ପୋଲିସ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ମୋରଡା ଥାନାରେ ୧୬୫/୨୧ରେ ଏକ ମାମଲା ରୁଜୁ ହୋଇଛି । ନାବାଳିକା ଝିଅକୁ ଏକ ଶୂନଶାନ ସ୍ଥାନକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ପୀଡିତା ନାବାଳିକାର ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଅଭିଯୁକ୍ତକୁ ଗିରଫ ପରେ ବାରିପଦା PRM ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ଅଭିଯୁକ୍ତ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଚାନ୍ଦୁଆ, ରାଜାବସାର ଯୋଗେନ୍ଦ୍ର ମାରାଣ୍ଡି (୨୮) । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.