ETV Bharat / state

ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ, ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼

author img

By

Published : Jun 17, 2023, 7:42 AM IST

ମୟୂରଭଞ୍ଜ ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ । ଗ୍ରାମବାସୀ ଜଣେ ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାରୁଥିବାର ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

kangaroo court in Mayurbhanj
ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ
ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟ । ମହିଳା ଓ ପୁରୁଷଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗ୍ରାମରେ ଏଭଳି ଅଭିବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତର ରାଇଆଁ ଗ୍ରାମର ଜନୈକ ବିବାହିତା ମହିଳା ଓ ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ନୂଆଗାଁର ଜନୈକ ବିବାହିତ ପୁରୁଷଙ୍କୁ ଅସଞ୍ଜତ ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହା ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା । ଫଳରେ ଗ୍ରାମବାସୀ ଦୁହିଁଙ୍କୁ ବାନ୍ଧି ଦେଇଥିଲେ । ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଗ୍ରାମବାସୀ ଉଭୟଙ୍କୁ ସର୍ବ ସମ୍ମୁଖରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।

ଅକଥନୀୟ ନିର୍ଯାତନା ଦେବା ସହ ସେମାନଙ୍କୁ ମାଡ଼ ମାରୁଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଘଟଣା ସମ୍ପର୍କରେ ପୋଲିସକୁ କୌଣସି ସୂଚନା ଦିଆଯାଇ ନଥିଲା । ଭିଡ଼ିଓଟି ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଅନ୍ୟପଟେ ଉକ୍ତ ପୁରୁଷ ଏବଂ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼ ମାରିବା ପରେ ଗ୍ରାମବାସୀ ଦୁଇରୁ ତିନି ଦିନ ସେମାନଙ୍କୁ ଅଟକ ରଖିଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଉଭୟ ମହିଳା ଏବଂ ପୁରୁଷଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଥିଲା । ପରେ ଉକ୍ତ ଗ୍ରାମରୁ ସେମାନଙ୍କୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି ।

ତେବେ ଜିଲ୍ଲାରେ କ୍ରମାଗତ ଭାବେ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସୁଛି । ଆଇନକୁ ହାତରେ ନେଇ ଲୋକେ ପୀଡ଼ିତଙ୍କ ଉପରେ ଅମାନବୀୟ ଅତ୍ୟାଚାର କରି ଚାଲିଛନ୍ତି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗ୍ରାମରୁ ଆସିିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆ ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା ।

ସେହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିଥିଲେ । ଜସାୟ ଟୁଡୁଙ୍କ ସ୍ତ୍ରୀଙ୍କ ସହିତ ସୁନାରାମ ଟୁଡୁ ନାମକ ଜନୈକ ଯୁବକ ଅନୈତିକ ସମ୍ପର୍କ ରଖିଥିବା ଜସାୟ ଏବଂ ତାଙ୍କ ପୁଅ ଜାଣି ପାରିଥିଲେ । ତାପରେ ବାନ୍ଧି ଆଣି ଗଛରେ ବାନ୍ଧି ପିଟି ପିଟି ଜୀବନରୁ ମାରି ଦେଇଥିବା ଜଣାପଡିଥିଲା । ଏହି ଘଟଣାରେ ସମ୍ପୃକ୍ତ ବାପା ଓ ପୁଅକୁ ପୋଲିସ ଗିରଫ କରିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.